fbpx
BJD SKY
BJD SKY

ଟି-୨୦ ବିଶ୍ୱ କପର ଅଜବ ସଂଯୋଗ: ଟସ୍ ଜିତୁଥିବା ଦଳ ଜିତୁଛନ୍ତି ମ୍ୟାଚ୍

BJD

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ୨୦୨୧ରେ ଏ ପର୍ଯ୍ୟନ୍ତ ସୁପର ୧୨ରେ ୯ ମ୍ୟାଚ୍ ଖେଳା ଗଲାଣି । ଅକ୍ଟୋବର ୧୭ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ କିଛି ଦଳ ନିଜ ପ୍ରଦର୍ଶନରେ ସଭିଙ୍କୁ ପ୍ରଭାବିତ କରିଥିବା ବେଳେ ଆଉ କିଛି ଦଳକୁ ସଂଘର୍ଷ କରିବାକୁ ପଡିଛି । ଗୋଟିଏ ପଟେ ପାକିସ୍ତାନ ନିଜ ଖେଳ ଜରିଆରେ ସମସ୍ତଙ୍କୁ ଚକିତ କରିଥିବା ବେଳେ ୱେଷ୍ଟଇଣ୍ଡିଜ ଓ ଭାରତ ପରି ଦଳକୁ ପରାଜୟ ସହ ଅଭିଯାନ ଆରମ୍ଭ କରିବାକୁ ପଡିଛି । ୟୁଏଇ ଓ ଓମାନ ମାଟିରେ ଖେଳାଯାଉଥିବା ବିଶ୍ୱ କପରେ ଟସ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୯ ମୁକାବିଲା ମଧ୍ୟରୁ ଆଠଟି ମ୍ୟାଚରେ ସେହି ଦଳ ବିଜୟୀ ହୋଇଛି ଯିଏ ଟସ୍ ଜିତିଛି । ଅର୍ଥାତ ଟସ୍ ଜିତିବା ସହ ଦଳର ବିଜୟ ପ୍ରାୟତଃ ସୁନିଶ୍ଚିତ ହୋଇ ଯାଉଛି ।

ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୯ଟି ମ୍ୟାଚରୁ ଆଠ ଥର ଟସ୍ ଜିତି ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ନିର୍ଣ୍ଣୟ ପ୍ରତି ଥର ଦଳ ପାଇଁ ସଠିକ୍ ସାବ୍ୟସ୍ତ ହୋଇଛି । କେବଳ ଗୋଟିଏ ଦୁଇଟି ମ୍ୟାଚ୍ ଛାଡି ଦେଲେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବଡ ସ୍କୋର କରିବାରେ ବିଫଳ ହୋଇଛି । କ୍ରିକେଟର ସବୁଠୁ ଏହି ଛୋଟ ଫର୍ମାଟର ବିଶ୍ୱ କପରେ ବୋଲରଙ୍କ ପ୍ରାଧ୍ୟାନ୍ୟ ଜାରି ରହିଛି ଏବଂ ଲୋ ସ୍କୋରିଂ ଖେଳ ଦେଖିବାକୁ ମିଳିଛି । ଦୁବାଇ ପଡିଆରେ ଟସ୍ ଜିତୁଥିବା ଦଳ ଆଖିବୁଜି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଉଛନ୍ତି ଏବଂ ଫଳାଫଳ ସେମାନଙ୍କ ପକ୍ଷରେ ଯାଉଛି । ସେ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମ୍ୟାଚ୍ ହେଉ କି ଭାରତ ବନାମ ପାକିସ୍ତାନ ମ୍ୟାଚ୍ ହେଉ ।

ଏହି ସବୁ ରେକର୍ଡକୁ ଦେଖିଲେ ଆପଣ ଅନୁମାନ କରି ପାରିବେ ଯେ, ୟୁଏଇ ମାଟିରେ ଟସ୍ ପ୍ରତିଟି ମୁକାବିଲାରେ କେତେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଏହା କହିଲେ କିଛି ଭୁଲ ହେବ ନାହିଁ ଯେ, ଟସ୍ ଜିତିବା ମାତ୍ରେ ଦଳ ଅଧା ମ୍ୟାଚ୍ ଜିତି ଯାଉଛି । ସୁପର ୧୨ର ଦୁଇଟି ଗ୍ରୁପ ଉପରେ ନଜର ପକାଇଲେ ଗ୍ରୁପ ଏରେ ଇଂଲଣ୍ଡ ଦୁଇ ବିଜୟ ସହିତ ଶୀର୍ଷରେ ଥିବାବ ବେଳେ ଗ୍ରୁପ ବିରେ ପାକିସ୍ତାନ ଭାରତ ଓ ନ୍ୟୁଜିଲାଣ୍ଡକୁ ହରାଇ ଏକ ନମ୍ବର ସ୍ଥାନରେ ରହିଛି ।

 

Get real time updates directly on you device, subscribe now.