fbpx
BJD SKY
BJD SKY

କୋଟିପତି କନଷ୍ଟେବଳ ପ୍ରସନ୍ନଙ୍କ ଘରୁ ବିପୁଳ ସମ୍ପତ୍ତି ଜବତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୀଷ ହତ୍ୟା ମାମଲାରେ ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ଏବେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଡୁମୁଡୁମାରେ ୨୫୦ ଏକର ଜମିରେ ତିଆରି ହୋଇଛି ସ୍ପାର୍କ ଫର୍ଣ୍ଣିଚର । ୨୦୧୯ରେ ଜମିର ମୂଲ୍ୟ ୧ କୋଟି ୪୭ ଲକ୍ଷ ୬୦ ହଜାର ଥିଲା । ବର୍ତ୍ତମାନ ଏହି ଜମିର ବଜାର ମୂଲ୍ୟ ଆହୁରି ଅଧିକ ହେବ । ୧୮ ହଜାର ସ୍କୋୟାର ଫୁଟରେ ଗ୍ରାଉଣ୍ଡ ଫ୍ଲୋର ଓ ବେସମେଣ୍ଟ ନିର୍ମିତ ହୋଇଛି । ଏହି ବିଲ୍ଡିଂର ମୂଲ୍ୟ ୨ କୋଟି ଟଙ୍କା ହେବ ।

ତେବେ ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ୫ଟି ଘରେ ଏକାସାଙ୍ଗରେ ୫ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । କଳ୍ପନା ଛକ ବାସଭବନ ଓ ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର ଗୋଦାମରେ ରେଡ୍ ହୋଇଛି । ଏହା ସହ ଲିଙ୍ଗିପୁର ଶାନ୍ତିବିହାର ଫର୍ଣ୍ଣିଚର ୱାର୍କସପ୍ ଓ ପାତ୍ରପଡ଼ା ସାଉଥସିଟି ବାର୍ ରେଡ୍ ହୋଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଥିବା ୨ ମହଲା ଘରେ ବି ରେଡ୍ ହୋଇଛି । ଚଢ଼ାଉରେ ୫ଟି ଟିମରେ ୨ ଡିଏସପି ଓ ୫ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି । ବେଆଇନ ଭାବେ ବାର ଚଳାଇବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ ପ୍ରସନ୍ନ ଗିରଫ ହେବା ସହ ଚାକିରିରୁ ବହିଷ୍କୃତ ହୋଇଥିଲେ ।

Get real time updates directly on you device, subscribe now.