fbpx

ମର୍ଣ୍ଣିଂ ୱାକ୍ ବେଳେ ଦୁର୍ଘଟଣା; ୨ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମର୍ଣ୍ଣିଂ ୱାକ୍ ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଏଥିରେ ୨ ଜଣ ମହିଳା ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ନୟାଗଡ଼-ଖୋର୍ଦ୍ଧା ରାସ୍ତାର ସଁପଡ଼ା ନିକଟରେ ମହିଳାମାନଙ୍କ ଉପରେ ଗାଡ଼ି ଚଢ଼ିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତିନି ଜଣ ମହିଳା ରାସ୍ତାରେ ଯାଉଥିବା ସମୟରେ ସେମାନଙ୍କ ଉପରେ ଏକ ଟ୍ରକ୍ ମାଡ଼ିଯାଇଥିଲା । ଦୁଇ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ଗୁରୁତର ମହିଳାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

 

Get real time updates directly on you device, subscribe now.