fbpx

କ୍ରୁଜ୍ ଡ୍ରଗ୍ସ ମାମଲା: ଆଜି ହେବ ଆର୍ଯ୍ୟନଙ୍କ ଜାମିନ୍ ଶୁଣାଣି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ପୁଣି ହେବ । ସେ ଅନ୍ତର୍ଜାତୀୟ ସ୍ତରରେ ଡ୍ରଗ୍ସ କାରବାରରେ ସାମିଲ ରହିଛନ୍ତି । ତେଣୁ ଏନସିବି ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିବା ପାଇଁ କୌଣସି ବି ସୁଯୋଗକୁ ହାତ ଛଡ଼ା କରୁନାହିଁ । ତେବେ ଗତକାଲି ଆର୍ଯ୍ୟନଙ୍କ ଜାମିନ୍ ଶୁଣାଣି ହୋଇଥିଲା । କିନ୍ତୁ ଜାମିନ୍ କୁ କୋର୍ଟ ମଞ୍ଜୁରୀ ମିଳିନଥିଲା । ଏହି ପରିପ୍ରେକ୍ଷୀରେ ପୁଣିଥରେ ଆଜି କୋର୍ଟରେ ଏନେଇ ଶୁଣାଣି କରାଯିବ ।

ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଦାବି ଅନୁସାରେ, ଆର୍ଯ୍ୟନ ଖାନ ଡ୍ରଗ୍ସ କିଣିବାରେ ଏବଂ ସେବନ କରିବାରେ ସାମିଲ ରହିଛନ୍ତି । ତେଣୁ ଏନସିବି ଆର୍ଯ୍ୟନ୍ ଖାନଙ୍କୁ ଘନଘନ ଜେରା କରୁଛି । ତେବେ ଏହା ଉପରେ ଜାରି ରହିଥିବା ବିବାଦ ଭିତରେ ଗତକାଲି ଅର୍ଥାତ୍ ବୁଧବାର ଦିନ ଜାମିନ ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରିଲା ନାହିଁ । କୋର୍ଟରେ ଆର୍ଯ୍ୟନଙ୍କ ଓକିଲ କହିଛନ୍ତି ଯେ, କ୍ରୁଜରେ ଡ୍ରଗ୍ସ ଜବତ ହେବା ସହିତ ଆର୍ଯ୍ୟନଙ୍କ କୌଣସି ପ୍ରକାରର ସମ୍ବନ୍ଧ ନାହିଁ । ଏନସିବି ଭଲ କାମ କରୁଛି କିନ୍ତୁ କୌଣସି ନିର୍ଦ୍ଦୋଶୀକୁ ଫସାନ୍ତୁ ନାହିଁ ।

Get real time updates directly on you device, subscribe now.