fbpx

ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ

କୋକସରା,୫ ।୧୨(ଓଡିଶା ଭାସ୍କର): ମର୍ଣ୍ଣିଂ ୱର୍କ ଯାଉଥିବାବେଳେ ଅଜଣା ଗାଡି ଧକ୍କାରେ ଆଜି ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ମଇଚଲା ନିକଟରେ। ମୃତ ଦମ୍ପତ୍ତି ହେଲେ ମହିଚଲା ଗ୍ରାମର ଚନ୍ଦ୍ର ବେମାଲ ଓ କଳାବତୀ ବେମାଲ । ଏନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପରିବାର ଓ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ନଂ ୨୬ ଘୋଳିଯୁବା ଛକ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଥିବାବେଳେ ଭବାନୀପାଟଣା- ନବରଙ୍ଗପୁର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।

Get real time updates directly on you device, subscribe now.