fbpx

ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର) : ଭୁବନେଶ୍ୱର ଅଶୋକନଗର ସ୍ଥିତ ୟୁକୋ ବ୍ୟାଙ୍କରେ କାମ କରୁଥିବା ସିନିୟର ମ୍ୟାନେଜର ଆର ରଞ୍ଜିତା ରାଓଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି । ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ଏମଆଇଜି-୫୧ ଭଡାଘରୁ ରଞ୍ଜିତାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ରଞ୍ଜିତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ତେବେ ମୃତ ବ୍ୟାଙ୍କ ମ୍ୟାନେଜର ରଞ୍ଜିତା ରାଓଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ରାଜଧାନୀରେ ଏକ ଭଡାଘରେ ସେ ବାପା-ମାଙ୍କ ସହ ରହୁଥିଲେ । ପୁରୁଷ ବନ୍ଧୁଙ୍କ ସହ ରଞ୍ଜିତାଙ୍କର କିଛି ଦିନ ହେବ ବିବାହକୁ ନେଇ ମତାନ୍ତର ହୋଇଥିଲା । ଏହାକୁ ନେଇ ସେ ମାନସିକ ଚାପରେ ଥିଲେ ବୋଲି ତାଙ୍କ ମାଆ ମାହେଶ୍ୱରୀ ରାଓ କହିଛନ୍ତି ।

Get real time updates directly on you device, subscribe now.