fbpx

ମିଶ୍ରଣ ହେବ, କିନ୍ତୁ ଚାଲିବ ‘କାଳିଆ’ ଯୋଜନା: କୃଷିମନ୍ତ୍ରୀ

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ଚାଲିଥିଲା । ଏହି ମିଶ୍ରଣକୁ ନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ କିଷାନ ଓ କାଳିଆ ଯୋଜନା ମିଶ୍ରଣ ହେବ, କିନ୍ତୁ କାଳିଆ ଯୋଜନା ଚାଲିବ । ବର୍ତ୍ତମାନ ସମୟରେ ‘କାଳିଆ’ର ଦ୍ୱିତୀୟ କିସ୍ତି କୃଷକମାନଙ୍କୁ ପ୍ରଦାନ ଚାଲିଛି ।’

ତେବେ ଏହି ପ୍ରସଙ୍ଗରେ ଗତକାଲି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ, ଏହି ଦୁଇଟି ଯୋଜନା ମିଶିବାରେ କୌଣସି ଅପ୍ରାସଙ୍ଗିକତା ନାହିଁ । ଏହା ଦ୍ୱାରା ହିତାଧିକାରୀ ଚୟନରେ ସ୍ୱଚ୍ଛତା ଆସିବ । ଦୁଇଟି ଯୋଜନା ମିଶିଲେ ରାଜ୍ୟ ଉପରୁ ଆର୍ଥିକ ବୋଝ କମିବା ସ୍ୱାଭାବିକ ହେବ । କାଳିଆ ଯୋଜନା ପ୍ରବର୍ତ୍ତନ ପରେ ପିଏମ କିଷାନ ଯୋଜନା ଆସିଥିଲା । ଉପକୃତ ଚାଷୀଙ୍କ ଉନ୍ନତିରେ ସହାୟକ ହେବ ଏହି ଦ୍ୱିତୀୟ ଯୋଜନା । ଏହାଦ୍ୱାରା ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବଢିବ ।

Get real time updates directly on you device, subscribe now.