fbpx

ଟ୍ରକକୁ ପଛରୁ ପିଟିଲା ବାଇକ୍, ୩ ମୃତ

ସୁନ୍ଦରଗଡ,୧୩ ।୧୨(ଓଡିଶା ଭାସ୍କର): ସୁନ୍ଦରଗଡ ଜିଲ୍ଲା ତଳସରା ଥାନା କୁଲ୍ଲିହାଜୋର ନିକଟରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । ଟ୍ରକ ପଛ ପଟକୁ ବାଇକ୍ ପିଟିବା କାରଣରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଖବର ମୁତାବକ, ଟ୍ରକଟି କୌଣସି କାରଣରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ କଡରେ ଥିଲା । ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ଭୋଜି ଖାଇ ବାଇକରେ ଫେରୁଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.