fbpx

ମିଳିଲା ରାଷ୍ଟ୍ରପତିଙ୍କ ସ୍ୱୀକୃତି, ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୩ା୧୨: ନାଗରିକତା ସଂଶୋଧନ ବିଲ୍ ଉପରେ ରାଷ୍ଟପତି ରାମନାଥ କୋବିନ୍ଦ ଆଜି ମୋହର ମାରିଛନ୍ତି । ସେ ମୋହର ମାରିବା ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି ।

ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସୀ ଓ ଜୈନ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । କିନ୍ତୁ ସେଥିରେ ମୁସଲିମ ମାନଙ୍କୁ ନାଗରିକତା ଦିଆଯିବ ନାହିଁ ।

ପୂର୍ବରୁ ନାଗରିକତା ସଂଶୋଧନ ବିଲ୍ ବହୁ ମତରେ ଲୋକସଭାରେ ପାରିତ ହୋଇଥିଲା । ସେହିପରି ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କ ପରେ ମଧ୍ୟ ସେଠାରେ ଏହି ବିଲ୍ ପାରିତ ହୋଇଥିଲା । ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୫ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ୍ ପଡ଼ିଥିଲା । ସେହିପରି ଲୋକସଭାରେ ବିଲ୍ ସପକ୍ଷରେ ୨୯୩ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୨ଟି ଭୋଟ୍ ପଡ଼ିଥିଲା ।

Get real time updates directly on you device, subscribe now.