fbpx

ମହାରାଷ୍ଟ୍ରରେ ବିଭାଗ ବଣ୍ଟନ: ଶିବସେନାକୁ ଗୃହ ତ ଏନସିପିକୁ ମିଳିଲା ଅର୍ଥ ମନ୍ତ୍ରାଳୟ

ମୁମ୍ବାଇ,୧୨ ।୧୨: ମହାରାଷ୍ଟ୍ରରେ ସରକାର ଗଢିବା ପରେ ଆଜି ମନ୍ତ୍ରିମଣ୍ଡଳ ବଣ୍ଟନ ହୋଇଛି । ନବଗଠିତ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର । ଶିବସେନାର ଏକନାଥ ସିନ୍ଦେଙ୍କୁ ଗୃହ ସଂସଦୀୟ କାର୍ଯ୍ୟ ବିଭାଗ ମିଳିଥିବା ବେଳେ ଏନସିପିର ଛଗନ ଭୁଜବଳଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ଅବକାରୀ ବିଭାଗ ମିଳିଛି । ସେହିପରି କଂଗ୍ରେସର ବାଲାସାହେବ ଥୋରାଟଙ୍କୁ ରାଜସ୍ୱ ଓ ଗଣଶିକ୍ଷା ବିଭାଗ ପ୍ରଦାନ କରାଯାଇଛି ।

ଅର୍ଥ, ଶ୍ରମ ଓ ଯୋଗାଣ ବିଭାଗର ମଙ୍ଗ ଧରିବେ ଏନସିପିର ଜୟନ୍ତ ପାଟିଲ । ଶିବସେନାର ସୁଭାଷ ଦେଶାଇଙ୍କୁ ଶିଳ୍ପ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ନିଯୁକ୍ତି ବିଭାଗ ମିଳିଛି । କଂଗ୍ରେସର ନୀତୀନ ରାଉତଙ୍କୁ ପୂର୍ତ୍ତ, ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱ ଦିଆଯାଇଛି ।

ତେବେ ଶିବସେନାକୁ ସହର ବିକାଶ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ମିଳିଥିବା ବେଳେ କଂଗ୍ରେସକୁ ଉଚ୍ଚ ଓ ଟେକନିକ୍ ଶିକ୍ଷା, ରାଜସ୍ୱ, ସ୍କୁଲ ଓ ଚିକିତ୍ସା ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପିଡବ୍ଲୁଡି ବିଭାଗ ପ୍ରଦାନ କରାଯାଇଛି । ସେହିପରି ଏନସିପିକୁ ଅର୍ଥ ମନ୍ତ୍ରଳାୟ ସମେତ ଗ୍ରାମୀଣ ବିକାଶ, ଜଳ ସଂଶୋଧନ, ସାମାଜିକ ନ୍ୟାୟ ବିଭାଗ ମିଳିଛି ।

Get real time updates directly on you device, subscribe now.