fbpx

ଲିଙ୍ଗରାଜ ପାଇଁ ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମନ୍ଦିର ଚାରିପାଖର ଉନ୍ନତି ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି । ୬୬ ଏକର ପରିବ୍ୟାପ୍ତ ଏକାମ୍ର କ୍ଷେତ୍ର ଯୋଜନା ଆରମ୍ଭ ହେବ । ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ସରକାର ବଡ ଘୋଷଣା କରିଛନ୍ତି । ଲିଙ୍ଗାଜ ଥାନା ଓ ମନ୍ଦିର ଟ୍ରଷ୍ଟବୋର୍ଡ ଅଫିସ ସ୍ତାନାନ୍ତର ହେବ ।

ତାଳେଶ୍ୱର ଛକରୁ ବଢେଇବାଙ୍କ ଛକ ଯାଏଁ ରାସ୍ତା ନିର୍ମାଣ ହେବ । ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଦ୍ୟାନ ସହ ସୌନ୍ଦର୍ଯ୍ୟକରଣ ହେବ । କେଦାରଗୌରୀ ଓ ମୁକ୍ତେଶ୍ଵର ମନ୍ଦିର ପରିସରର ବିକାଶ ହେବ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ନୂଆ ରାସ୍ତା ଓ ପାର୍କିଂର ସୁବିଧା ହେବ ।

ଏହା ସହ ମନ୍ଦି ଚାରିପାଖରେ ପରିକ୍ରମ ପଥ ନିର୍ମାଣ ହେବ । ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯିବ । ବିନ୍ଦୁ ସାଗର ଜଳ ପରିଷ୍କାର ପାଇଁ ବ୍ୟବସ୍ଥା ହେବ । ଜୀବିକା ହରାଇଥିବା ଉଠା ଦୋକାନୀଙ୍କୁ ମିଳିବ ୩୦ ହଜାର ଟଙ୍କାର ସହାୟତା ରାଶି । ୨ଟି କିସ୍ତିରେ ଏକକାଳୀନ ୩୦ ହଜାର ଟଙ୍କା ସହାୟତା ମିଳିବ ।

ଭେଣ୍ଡିଂ ଜୋନ କରାଯାଇ ଦୋକାନୀଙ୍କୁ ଥଇଥାନ କରାଯିବ । ପକ୍କା ଘରେ ଥିବା ଦୋକାନ ଘର ଉଚ୍ଛେଦ ପାଇଁ ସହାୟତା ଦିଆଯିବ । ୧୨ ମାସ ନିମନ୍ତେ ୧୦ ହଜାର ଲେଖାଏଁ ସହାୟତା ଦିଆଯିବ । ପରେ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯିବ । ଆବାସିକ ଗୃହ, ବ୍ୟବସାୟିକ ଗୃହ ଉଚ୍ଛେଦ ପାଇଁ ମଧ୍ୟ ଯୋଜନା ହେବ । କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରି ନିୟମ ଅନୁସାରେ କ୍ଷତିପୂରଣ ମିଳିବ ।

Get real time updates directly on you device, subscribe now.