fbpx

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଆଜି ଲୋକସେବା ଭବନରେ ପହଞ୍ଚିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ଭାବେ ସେଠାରେ ସାକ୍ଷାତ କରିଛନ୍ତି ଶଶିକାନ୍ତ । କୌଣସି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଦୁହେଁ ଆଲୋଚନା କରୁଥିବା ସୂଚନା ମିଳିଛି ।

ଓଡିଶାର ବିତ୍ତୀୟ ସମାବେଶନ ଓ ବ୍ୟାଙ୍କିଙ୍ଗ ସ୍ଥିତିନେଇ ଆଲୋଚନା ହୋଇଛି । କୃଷି କ୍ଷେତ୍ରକୁ ଅଧିକ ବ୍ୟାଙ୍କ ଋଣ ଯୋଗାଇବା ନେଇ ଆଲୋଚନା ହୋଇଛି ।
ତେବେ ଓଡ଼ିଶା ଗସ୍ତରେ ଆସି RBI କେନ୍ଦ୍ରୀୟ ବୋର୍ଡ ବୈଠକରେ ଯୋଗଦେଲେ ଶକ୍ତିକାନ୍ତ । ଦେଶର ଆର୍ଥିକ ମାନ୍ଦାବସ୍ଥା ନେଇ RBI ଗଭର୍ଣ୍ଣରଙ୍କ ପ୍ରତିକ୍ରିୟା ଦେଇ କହିଲେ ଯେ, ‘ଅର୍ଥନୀତିରେ ମାନ୍ଦାବସ୍ଥା ଏକ ନୂଆ କଥା ନୁହେଁ । ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ ସବୁବେଳେ ନୂଆ ଚ୍ୟାଲେଞ୍ଜ ଆସେ ।’

Get real time updates directly on you device, subscribe now.