fbpx

ଡିସେମ୍ବର ୧୫ରୁ ତୋଷାଳି ମେଳା

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଆସନ୍ତା ୧୫ ତାରିଖରୁ ଜନତା ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି ଚତୁର୍ଦ୍ଦଶ ତୋଷାଳି ମେଳା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଛି ଏହି ଜାତୀୟ ହସ୍ତଶିଳ୍ପ ମେଳା । ତେବେ ଡିସେମ୍ବର ୧୫ରୁ ୨୭ ଯାଏ ଚାଲିବ ଏହି ତୋଷାଳି ମେଳା । ଚଳିତବର୍ଷ ଏହି ମେଳାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୪୦୦ରୁ ଊର୍ଦ୍ଧ୍ୱ କାରିଗର ଓ ବୁଣାକାର ଯୋଗଦେବାକୁ ଥିବାବେଳେ ପ୍ରାୟ ୪୦୦ ଷ୍ଟଲ୍‌ ଖୋଲାଯିବାକୁ ସ୍ଥିର ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ଖ୍ୟାତନାମା କାରିଗର ଓ ବୁଣାକାର ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ଉତ୍ପାଦକୁ ଏଠାରେ ପ୍ରଦର୍ଶନ ସହିତ ବିକ୍ରୟ କରିବେ।

ଏଥିସହିତ ଚଳିତ ବର୍ଷ ତୋଷାଳି ମେଳାର ବିଷୟବସ୍ତୁ ‘ହସ୍ତତନ୍ତ’ ଉପରେ ପର୍ଯ୍ୟବସିତ ହେବ । ଓଡ଼ିଶାର ହସ୍ତତନ୍ତ ସ୍ୱତନ୍ତ୍ର କାରିଗରୀ ଓ ଆଜିର ସମୟକୁ ତାଳ ଦେଇ ହସ୍ତତନ୍ତ ପ୍ରସ୍ତୁତ ଆଧୁନିକ ପରିଧାନ ସହ ମଡେଲମାନଙ୍କୁ ମଞ୍ଚରେ ଦେଖିବାକୁ ମିଳିବ ।

Get real time updates directly on you device, subscribe now.