ଗାଡ଼ି ଚଲଉ ଚଲଉ ଶୋଇପଡିଲେ ଡ୍ରାଇଭର, ପିଟିହେଲା ଆମ୍ୱୁଲାନ୍ସ
ଶୋଇପଡିଲେ ଆମ୍ୱୁଲାନ୍ସ ଡ୍ରାଇଭର। ଦୁର୍ଘଟଣାରେ ବାହାରିଗଲା ଆମ୍ୱୁଲାନ୍ସର ଚକ।
ଭୁବନେଶ୍ୱର: ପିଟିହେଲା ଆମ୍ୱୁଲାନ୍ସ। ଡ୍ରାଇଭରକୁ ନିଦ ଲାଗିବାରୁ ଫ୍ଲାଏ ଓଭର ବ୍ରିଜରେ ହେଲା ଦୁର୍ଘଟଣା। ଘଟଣାଟି ଗତକାଲି ରାତିର। ରୋଗୀ ନେବାକୁ ଯିବା ସମୟରେ ଭୁବନେଶ୍ୱର ଶିଶୁ ଭବନ ଫ୍ଲାଏ ଓଭର ବ୍ରିଜରେ ଏକ ବଡ଼ ଦୁର୍ଘଟଣା ହୋଇଛି।
ସୌଭାଗ୍ୟ ବଶତଃ ଦୁର୍ଘଟଣା ବେଳେ ରାସ୍ତାରେ କୌଣସି ଲୋକ ନଥିଲେ, କିମ୍ୱା ଆମ୍ୱୁଲାନ୍ସରେ କୌଣସି ପୋଗୀ ନଥିଲେ। ଦୁର୍ଘଟଣାରେ ଆମ୍ୱୁଲାନ୍ସର ଡାହାଣ ପାଖ ଆଗ ଚକ ବାହାରି ଯାଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆମ୍ବୁଲାନ୍ସ ଚାଳକ।
ଦୁର୍ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆହତ ଆମ୍ବୁଲାନ୍ସ ମ୍ୟାନେଜର ଓ ଡ୍ରାଇଭରକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି। ଆମ୍ବୁଲାନ୍ସଟି କ୍ୟାପିଟାଲ ହସ୍ପିଟାଲରୁ ବାଳକାଟି ଅଭିମୁଖେ ରୋଗୀଙ୍କୁ ଆଣିବାକୁ ଯାଉଥିବାବେଳେ ଶିଶୁ ଭବନ ଫ୍ଲାଏ ଓଭର ବ୍ରିଜ ପାଖାପାଖି ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିଦ ଲାଗିଯାଇଥିଲା।
ଫଳରେ ଭାରସାମ୍ୟ ହରାଇ ଆମ୍ୱୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ଏହି ଦୁର୍ଘଟଣାରେ ବିଶେଷ କାହାର କିଛି କ୍ଷତି ହୋଇନାହିଁ।