fbpx
BJD SKY
BJD SKY

(Video) ପାକିସ୍ତାନରେ ଚାଞ୍ଚଲ୍ୟ: କରାଚୀର ୟୁକେ ଭିସା ଅଫିସ ଟିଭିରେ ଅଚାନକ ଚାଲିଲା ‘ଆଡଲ୍ଟ ଭିଡିଓ’

BJD

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । କରାଚୀଠାରେ ଥିବା ୟୁକେର ଭିସା ଅଫିସରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସେଠାରେ ସାଧାରଣ ଲୋକଙ୍କ ପାଇଁ ଲଗାଯାଇଥିବା ଟିଭି ପରଦାରେ ଅଚାନକ ପର୍ଣ୍ଣ ଭିଡିଓ ଚାଲିଥିଲା । ଫଳରେ ଭିସା ପାଇବାକୁ ଲାଇନରେ ଛିଡ଼ା ହୋଇଥିବା ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଥିଲେ । ଏହାପରେ ସଙ୍ଗେସଙ୍ଗେ ଉକ୍ତ ଟିଭିକୁ ବନ୍ଦ କରିଦିଆଯାଇଥିଲା ।

ସୂଚନା ମୁତାବକ, ଲୋକମାନେ କରାଚୀ ସ୍ଥିତ ୟୁକେ ଭିସା ଅଫିସକୁ ଯାଇଥିବା ସମୟରେ ଅଚାନକ ସେଠାରେ ଥିବା ଟିଭି ପରଦାରେ କିଛି ଭିଡିଓ ଦୃଶ୍ୟମାନ ହୋଇଥିଲା । ଏହାପର ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରକୃତ କଥା ହେଉଛି ଅଫିସରେ ଲାଗିଥିବା ଟିଭି ପରଦାରେ ଅଚାନକ ପର୍ଣ୍ଣ ଭିଡିଓ ଚାଲିଥିଲା । ଏହି ଭିଡିଓକୁ କିଛି ଲୋକ ଓ ସୁରକ୍ଷା କର୍ମଚାରୀ ଦେଖିଥିଲେ । ତେବେ ଏହାପରେ ଅଫିସରେ କାର୍ଯ୍ୟରତ କର୍ମଚାରୀ ସଙ୍ଗେସଙ୍ଗେ ଟିଭି ସ୍କ୍ରିନକୁ ଅଫ୍ କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ । ଭାରତରେ ମଧ୍ୟ ଏଭଳି କିଛି ଘଟଣା ପୂର୍ବରୁ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତର ପାଟନା ରେଲୱେ ଷ୍ଟେସନରେ ରହିଥିବା ଟିଭି ପରଦାରେ ମଧ୍ୟ ପର୍ଣ୍ଣ ଭିଡିଓ ଦେଖିବାକୁ ମିଳିଥିଲା । ତେବେ ଏଭଳି ଘଟଣା ନିଶ୍ଚିତ ଭାବେ ଆମ ସମାଜ ପାଇଁ ନିନ୍ଦନୀୟ । ଆଜିକାଲିର ଡିଜିଟାଲ ଯୁଗରେ ପ୍ରତ୍ୟେକ ଘଟଣାର ଭିଡିଓ କ୍ଷଣିକ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଯାଉଛି । ତେଣୁ ଏନେଇ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.