fbpx

ଓଡ଼ିଶା ଖଣି ନିଗମରେ ନିଯୁକ୍ତି ସୁଯୋଗ: ସର୍ଭେୟର, ଫୋରମ୍ୟାନ ଆଦି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି

ଓଡ଼ିଶା ଖଣି ନିଗମ (ଓଏମସସି) ପକ୍ଷରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଖୁସି ଖବର । ପୁଣି କିଛି ପଦ ପୂରଣ ପାଇଁ ଓଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଫୋରମ୍ୟାନ, ସର୍ଭେୟର, ବ୍ଲାଷ୍ଟର-୩ ଓ ମାଇନିଂ ମେଟ-୩ ଆଦି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଫୋରମ୍ୟାନ ପାଇଁ ୩୪ଟି, ସର୍ଭେୟର ପାଇଁ ୧୫ଟି, ବ୍ଲାଷ୍ଟର-୩ ପାଇଁ ୩ଟି ଓ ମାଇନିଂ ମେଟ-୩ ପାଇଁ ୫୫ଟି ପଦ ଖାଲି ରହିଛି । ଚଳିତ ବର୍ଷ ନଭେମ୍ବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନୟ ବୟସ ଯୋଗ୍ୟତା ୧୮ ବର୍ଷ ଓ ସର୍ବାଧିକ ବୟସ ଯୋଗ୍ୟତା ୩୮ ବର୍ଷ ହୋଇଥିବା ଆବଶ୍ୟକ । ନିୟମ ଅନୁଯାୟୀ ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ । ସାକ୍ଷାତକାର ପ୍ରକ୍ରିୟା ମାଧ୍ୟମରେ ଏହି ସମସ୍ତ ପଦରେ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ ।

ଫୋରମ୍ୟାନ ପଦ ପାଇଁ ପ୍ରାର୍ଥୀ ଡିଜିଏମଏସ ଅଧିନରେ ମାଇନିଂରେ ଡିପ୍ଲୋମା କରିଥିବା ଆବଶ୍ୟକ । ସର୍ଭେୟର ପଦ ପାଇଁ ପ୍ରାର୍ଥୀ ମାଇନ୍ସ ସର୍ଭେ / ମାଇନିଂ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଆବଶ୍ୟକ । ଉଭୟ ବ୍ଲାଷ୍ଟର-୩ ଓ ମାଇନିଂ ମେଟ-୩ ପଦ ପାଇଁ ପ୍ରାର୍ଥୀ ଦଶମ ପାସ୍ କରିବା ସହିତ ଡିଜିଏମଏସ ଦ୍ୱାରା ବ୍ଲାଷ୍ଟରସ ସାର୍ଟିଫିକେଟ ହାସଲ କରିଥିବା ଆବଶ୍ୟକ । ଏହି ସାର୍ଟିଫିକେଟ ମେଟାଲିଫେରୋସ ମାଇନ୍ସ ରେଗୁଲେସନ୍ସ (ଏମଏମଆର), ୧୯୬୧ ନିୟମ ଅନୁସାରେ ହୋଇଥିବା ଆବଶ୍ୟକ । ଆସନ୍ତା ମାସ ୬, ୭ ଓ ୮ ତାରିଖରେ ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ କରାଯିବ । ଓଡ଼ିଶାର ପ୍ରାର୍ଥୀମାନେ ଏହି ଇଣ୍ଟରଭ୍ୟୁ ପାଇଁ ସୁଯୋଗ ପାଇବେ ।

ନୋଟିଫିକେସନ ଲିଙ୍କ: https://omcltd.in/Upload/career_post/5f8d6dde65aa43a89f651f91d10b776e_20231121131105488.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://omcltd.in/

Get real time updates directly on you device, subscribe now.