fbpx

ପ୍ରକାଶ ପାଇଲା OCS-2022 ପ୍ରିଲିମିନାରୀ ପରୀକ୍ଷା ରେଜଲ୍ଟ: ୮୨୨୦ ପ୍ରାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏସିଏସ)- ୨୦୨୨ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୮୨୨୦ ଜଣ ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୭୩୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀ ଓସିଏସ-୨୦୨୨ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଘୋଷଣା କରାଯାଇଛି ।

ଗତ ଅକ୍ଟୋବର ମାସ ୧୫ ତାରିଖରେ ଓପିଏସସି ପକ୍ଷରୁ ଏସିଏସ-୨୦୨୨ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୧୦ ହଜାରରୁ ଅଧିକ ଆବେଦନକାରୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ତେବେ ଆଗକୁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ଓ ତା’ପରେ ସାକ୍ଷାତକାର ଅନୁଷ୍ଠିତ ହେବ । ଏନେଇ ସବିଶେଷ ବିବରଣୀ ଓପିଏସସିର ଅଫିସିଆଲ ୱେବସାଇଟରେ ପ୍ରଦାନ କରାଯାଇଛି ।

ଗତ ଅଗଷ୍ଟ ମାସ ୨୯ ତାରିଖରେ ଓସିଏସ-୨୦୨୨ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା । ଗତ ବର୍ଷ ଡିସେମ୍ବର ମାସରେ ଓସିଏସ ପରୀକ୍ଷା-୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ଏ ଓ ଗ୍ରୁ-ବି ପାଇଁ ମୋଟ ୬୮୩ଟି ପଦ ପାଇଁ ଓପିଏସସି ପକ୍ଷରୁ ନୋଟିଫିକେସନ ଜାରି କରାଯାଇଥିଲା । ଏନେଇ ଚଳିତ ବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିଥିଲା । ଓଡ଼ିଶା ସିଭିଲ ସର୍ଭିସେସ (ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମ, ୧୯୯୧, ସଂଶୋଧିତ ନିୟମ ୨୦୨୨ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବା ନେଇ କୁହାଯାଇଥିଲା ।

Get real time updates directly on you device, subscribe now.