fbpx
BJD SKY
BJD SKY

(video)ଅଚାନକ ଧୁ ଧୁ ହୋଇ ଜଳିଉଠିଲା ରେଳଷ୍ଟେସନ, ସାମ୍ନାକୁ ଆସିଲା ସେହି ସମୟର ଭୟଙ୍କର ଭିଡିଓ

BJD

କୋଲକାତା: ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା କୁଲଟୀ ରେଳଷ୍ଟେସନରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏହି ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ, ଏଥିରୁ ଉଠୁଥିବା କଳା ଧୂଆଁ ବହୁ ଦୂରକୁ ବ୍ୟାପିଯାଇଥିଲା । ଏବେ ଘଟଣାସ୍ଥଳରେ ଫାୟାରବ୍ରିଗେଡ୍ ଗାଡି ନିଆଁକୁ ଆୟତ୍ତ କରିବାରେ ଲାଗିଛି ।

ଆଜି ସକାଳେ କୁଲଟୀ ରେଳ ଷ୍ଟେସନରେ ଅଚାନକ ଏପରି ଅଗ୍ନିକାଣ୍ଡ ଘଟିଥିଲା । ଏହି ଷ୍ଟେସନ ପଶ୍ଚିମବଙ୍ଗ ଆସନସୋଲ ରେଳ ଡିଭିଜନ୍ ଅଧୀନରେ ଆସୁଛି । ନିଆଁ ଲାଗିଥିବାର ସୂଚନା ମିଳିବା ମାତ୍ରେ ଷ୍ଟେସନ ସହିତ ନିକଟବର୍ତ୍ତୀ ଜନବସତି ଅଞ୍ଚଳରେ ମଧ୍ୟ ଆତଙ୍କ ଖେଳିଯାଇଥିଲା । ତେବେ ତୁରନ୍ତ ଫାୟାର ବ୍ରିଗେଡ୍ ଟିମ୍ ଓ ଆରପିଏଫ୍ ଟିମ୍ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ ।

Get real time updates directly on you device, subscribe now.