fbpx
BJD SKY
BJD SKY

ଦୀପାବଳିରେ ବିଭନ୍ନ ସ୍ଥାନରେ ଅଘଟଣ; କ୍ୟାପିଟାଲ୍ ହସ୍ପିଟାଲରେ ୧୦୦ରୁ ଊର୍ଦ୍ଧ୍ଵ ଆହତଙ୍କ ଚିକିତ୍ସା

BJD

ଓଡିଶା ଭାସ୍କର; ଗତକାଲି ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟବାସୀ ପିଠା ଖାଇ, ବାଣ ଫୁଟାଇ ବଡ଼ ଧୂମଧାମରେ ଉତ୍ସବ ପାଳନ କରିଛନ୍ତି । ତେବେ ଗୋଟିଏ ପଟେ ଲୋକମାନେ ଖୁସିରେ ମସଗୁଲ ରହିଥିବା ବେଳେ ଅନ୍ୟପକ୍ଷରେ ସାମ୍ନାକୁ ଆସିଛି ବିଭନ୍ନ ସ୍ଥାନରେ ଘଟିଥିବା ଅଘଟଣ ଖବର । ସେଥିମଧ୍ୟରୁ କାହାର ହାତ,ଗୋଡ଼ ପୋଡ଼ିଛି ତ ପୁଣି ଆଉ କିଏ ଗୁରୁତର ଆହତ ହୋଇଛନ୍ତି। ଛୋଟରୁ ବଡ଼, ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ୟ୍ୟନ୍ତ ଅନେକ ଆହତ ହୋଇଛନ୍ତି । ଯଦି ରାଜଧାନୀ ଭୁବନେଶ୍ୱର କଥା ଦେଖାଯାଏ ତେବେ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ଵ ଆହତ ଚିକିତ୍ସା ପାଇଁ ପହଞ୍ଚିଥିବା ଜଣାପଡିଛି । ତେବେ ସ୍ୱତନ୍ତ୍ର ଟିମ ଦ୍ୱାରା ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି ।

ସୂଚନା ଥାଉକି, ପ୍ରଦୂଷଣ ଓ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୀପାବଳି ପାଇଁ ସୋମବାର ଏକ ସ୍ୱତନ୍ତ୍ର ଗାଇଡ୍‌ ଲାଇନ ଜାରି କରାଯାଇଥିଲା ।
ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ସତର୍କ ମଧ୍ୟ କରାଯାଇଥିଲା । ସିଧାସଳଖ ହାତ ଦ୍ୱାରା ବାଣରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ। ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ। ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ। ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ। ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଥିଲା ।

ସେହିପର ବାଣ ଦୋକାନ ଚାରିପଟେ ପଲିଥିନ ଓ ଦହନଶୀଳ ପଦାର୍ଥ ନ ରଖିବାକୁ ପରାମର୍ଶ ଦିଆଯାଇଥିଲା । ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ ଦୂରତା ରଖିବେ। କୌଣସି ତେଲ, ଦୀପ, ଗ୍ୟାସ୍‌ ଦୀପ, ଖୋଲା ଲାଇଟ ବ୍ୟବହାର ନ କରିବାକୁ କୁହାଯାଇଥିଲା । ଅନ୍ୟପଟେ ଚଳିତ ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଏଥର ବିଏମ୍‌ସି ପକ୍ଷରୁ ବ୍ୟାପକ ଉଦ୍ୟମ ମଧ୍ୟ କରାଯାଇଥିଲା । ମାତ୍ର ସବୁ ସତର୍କ ଓ ପରାମର୍ଶ ସ୍ଵତ୍ତ୍ୱେ ଭୁବନଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବାଣ ପାଇଁ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି ।

Get real time updates directly on you device, subscribe now.