fbpx

ବାସ୍ତୁ ହିସାବରେ ଏପରି ଶୋଇବାର କରନ୍ତୁ ଅଭ୍ୟାସ, ନକାରାତ୍ମକତାରୁ ମିଳିବ ମୁକ୍ତି

ନିଜ ଘରେ ନିଜ ସୁବିଧା ଅନୁସାରେ ଳୋକେ ଶୋଇବାକୁ ପସନ୍ଦ କରନ୍ତି । ଏହି କାରଣରୁ ସେମାନଙ୍କୁ ନକାରାତ୍ମକ ସ୍ୱପ୍ନ ଆସିବା ସହ ମନ ଉଦାସ ରହିଥାଏ । ଦିନରୁ ଉଠିବା ପରେ ବି ମନ ଅଶାନ୍ତ ରହିଥାଏ । ତେବେ ଶୋଇବାକୁ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ କୁହାଯାଇଛି । ଯଦି ଆପଣ ତାହାକୁ ପାଳନ କରିବେ ତେବେ, ଆପଣଙ୍କ ମନରୁ ନକାରାତ୍ମକ ଚିନ୍ତାଧାରା ଆସିବା ବନ୍ଦ ହୋଇଯିବ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ପୂର୍ବ ଓ ଦକ୍ଷିଣ ଦିଗକୁ ମୁଣ୍ଡ ଦେଇ ଶୋଇବା ଉଚିତ୍ । ଯଦି ଆପଣ ଦକ୍ଷିଣ ଦିଗକୁ ପାଦ ଦେଇ ଶୁଅନ୍ତି, ତେବେ ଏପରି ପରିସ୍ଥିତିରେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ହିନ୍ଦୁ ଧର୍ମ ଗ୍ରନ୍ଥରେ ଦକ୍ଷିଣକୁ ଯମ ଓ ପୂର୍ବକୁ ଦେବତାଙ୍କ ଦିଗ ବୋଲି ବର୍ଣ୍ଣନା କରାଯାଇଛି । ତେଣୁ ଏହି ଦୁଇ ଦିଗକୁ ପାଦ କରି ଶୋଇଲେ ଦୋଷ ମନାଯାଏ । ଏପରି କରିବା ଦ୍ୱାରା ଉଭୟ ଶରୀର ଓ ମନ ଉପରେ ଖରାପ ପ୍ରଭାବ ପଡିଥାଏ ।

Get real time updates directly on you device, subscribe now.