fbpx
BSKY
BJD YOUTH SKY
BJD MS SKY

ସର୍ତ୍ତମୂଳକ ସହ ଘରେ ରହିପାରିବେ କରୋନା ରୋଗୀ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): କରୋନା ସ୍ଥିତି ଓ ରଣ କୌଶଳ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି କୋଭିଡ଼ ବିରୋଧରେ ୪ମାସ ହେଲା ସଂଗ୍ରାମ ଜାରି ରହିଛି । ସମୟ ଆସିଛି କୋଭିଡ଼ ପରିଚାଳନାରେ ରଣକୌଶଳରେ ପରିବର୍ତ୍ତନ ଆଣିବା । ଭାରତରେ ଆଜି ଗୋଟିଏ ଦିନରେ ପ୍ରାୟ ୨୮ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରାୟ ୨୩ହଜାର ବ୍ୟକ୍ତିଙ୍କ କରୋନରେ ମୃତ୍ୟୁ ହୋଇଛି । ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ଭଲ ଭିତ୍ତିଭୂମି ରହିଛି ଓ ବିଭିନ୍ନ ସ୍ତରରେ ମଧ୍ୟ ଭିତ୍ତିଭୂମି ରହିଛି ।

ଏହାସହ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ଅନୁମତି ମିଳିବ । ଏଥି ପାଇଁ କିଛି ସର୍ତ୍ତ ସହ ସେମାନେ ଘରେ ସଙ୍ଗରୋଧରେ ରହିବେ । ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରେ ହୋମ୍ ଆଇସୋଲେସନ ଅନୁମତି ମିଳିବ । ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସଦର ମହକୁମାରେ ପୃଥକବାସ ଅନୁମତି ମିଳିବ । ଉପଯୁକ୍ତ ନିଜସ୍ୱ ବ୍ୟବସ୍ଥା ଥିଲେ ଘରୋଇ କମ୍ପାନିକୁ ବି ଅନୁମତି ମିଳିବ ।

Get real time updates directly on you device, subscribe now.