fbpx

ଗୁଗୁଲର ବଡ ଘୋଷଣା: ଭାରତରେ ୭୫ ହଜାର କୋଟି ଟଙ୍କାର କରିବ ନିବେଶ

ନୂଆଦିଲ୍ଲୀ,୧୩ ।୭: ଭାରତର ଡିଜିଟାଲ ଅର୍ଥନୀତିକୁ ତ୍ୱରାନିତ କରିବା ପାଇଁ ୭୫ ହଜାର କୋଟି ଟଙ୍କାର ନିବେଶ କରିବ ଗୁଗୁଲ । ଦେଶରେ ଆୟୋଜିତ ୬ଷ୍ଠ ଗୁଗୁଲ ଫର୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଟଙ୍କା ନିବେଶ କରିବାକୁ କହିଛନ୍ତି ଗୁଗୁଲର ସିଇଓ ସୁନ୍ଦର ପିଚାଇ । ସେ କହିଛନ୍ତି ଯେ, ଡିଜିଟାଲ ଅର୍ଥବ୍ୟବସ୍ଥାକୁ ତ୍ୱରାନିତ କରିବା ପାଇଁ ଭାରତରେ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ନିବେଶ କରାଯିବ । ଇକୋସିଷ୍ଟ ନିବେଶରେ ଏହି ବିନିଯୋଗରେ ଇକ୍ୱିଟି ନିବେଶ, ସହଭାଗୀତା ଓ କାର୍ଯ୍ୟକ୍ଷମ ଭିତ୍ତିଭୂମିର ମେଳ ହେବ ।’

ତେବେ ଜିଏସ୍ଟି ଓ ଭାରତର ଡିଜିଟାଲ ଭିତ୍ତିଭୂମିରେ ଗୁଗୁଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାସ୍ଥ୍ୟ ଓ କୃଷି ଉପରେ ଆର୍ଟିଫିସିଆଲ ବୁଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିପର୍ଯ୍ୟୟ ଯେପରି ବନ୍ୟା ଆଦି ସମୟରେ ମଧ୍ୟ ଗୁଗୁଲ ଅନେକ ପ୍ରଭାବଶାଳୀ ପଦକ୍ଷେପ ନେଇଛି ।

Get real time updates directly on you device, subscribe now.