fbpx

ଐଶ୍ୱର୍ଯ୍ୟାଙ୍କର ଆରୋଗ୍ୟ କାମନା କଲେ ପୂର୍ବତନ ଆସିକ୍

ମୁମ୍ବାଇ,୧୩ ।୭: କରୋନା କବଜାରେ ଏବେ ବଲିଉଡର ବଡ କଳାକାର । ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ପରେ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟାଙ୍କର ବି ରିପୋର୍ଟ ପଜିଟିଭ୍ ଆସିଛି । ବଚ୍ଚନ ପରିବାର ପାଇଁ କେତେ ଲୋକ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଥିବା ବେଳେ ସାମ୍ନାକୁ ଏଥିରୁ ବାଦ୍ ପଡିନାହାନ୍ତି ଐଶ୍ୱର୍ଯ୍ୟାଙ୍କ ପୂର୍ବତନ ପ୍ରେମିକ ବିବେକ ଓବରାୟ ।

ବିବେକ ନିଜ ଟ୍ୱିଟର ଆକାଉଣ୍ଟରରୁ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ସମେତ ବଚ୍ଚନ ପରିବାର ପାଇଁ ପ୍ରାର୍ଥନା କରିଛନ୍ତି । ପରିବାରର ଶୀଘ୍ର ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ବିବେକ ନିଜ ଟ୍ୱିଟରେ ପୋଷ୍ଟ କରିଛନ୍ତି ।

Get real time updates directly on you device, subscribe now.