fbpx

ଗଣଦୁଷ୍କର୍ମ କରି ମହିଳାଙ୍କୁ ଛାଡ଼ି ଦେଲେ ଅଭିଯୁକ୍ତ: ତା’ପରେ ହେଲା ଏଭଳି କିଛି କାଣ୍ଡ…

ନୂଆଦିଲ୍ଲୀ: ଗଣଦୁଷ୍କର୍ମ ଶିକାର ହୋଇଥିବା ଜଣେ ମହିଳାଙ୍କ ଏକ ଭୟଙ୍କର ନିଷ୍ପତ୍ତି ଦେଖିବାକୁ ମିଳିଛି । ଯାହାର ଖୁଲାସା କରିଛନ୍ତି ପୀଡ଼ିତା ମହିଳାଙ୍କ ପିଲାମାନେ । ଜମି କିଣା-ବିକା ମାମଲାକୁ ନେଇ ମହିଳାଙ୍କୁ ଧମକ ଏବଂ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ସହ ଘଟିଯାଇଥିବା ଅମାନବିକ ଘଟଣାକୁ ସହି ନପାରି ପୀଡ଼ିତା ଏବଂ ତାଙ୍କ ସ୍ୱାମୀ ଏକ ଅଜବ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି । ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ପୋଲିସର ସୂଚନା ଅନୁସାରେ, ଜମିବାଡ଼ି କିଣାବିକାକୁ କେନ୍ଦ୍ର କରି ବସ୍ତି ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଛି । ୨ ଜଣ ଯୁବକ ତାଙ୍କୁ ଅମାନୁଷିକ ଭାବରେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ମହିଳା ଜଣକ ଗୋରଖପୁରର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଘଟଣାର କିଛି ସମୟ ପରେ ସେ ଏବଂ ସ୍ୱାମୀ ଏକ ଭୟଙ୍କର ନିଷ୍ପତ୍ତି ନେଇଛନ୍ତି । ପୀଡ଼ତାଙ୍କ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ସେ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆତ୍ମହତ୍ୟା କରିଛନ୍ତି । ଏ ନେଇ ବସ୍ତି ଥାନା ଏସପି ଗୋପାଳକୃଷ୍ଣ ସୂଚନା ଦେଇଛନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ଉଭୟ ଦମ୍ପତ୍ତି ଏକ ଭିଡିଓ ଜାରି କରି ଏଥିରେ ଅଭିଯୁକ୍ତଙ୍କ ନାମ କହିଛନ୍ତି । ପରେ ମୃତକଙ୍କ ପିଲାମାନେ ପୋଲିସ ଏ ସମ୍ପର୍କରେ ସଚନା ଦେଇଛନ୍ତି । ସ୍କୁଲ ଯିବା ବେଳେ ପିତା-ମାତା ତାଙ୍କୁ ସେମାନଙ୍କ ବିଷ ପିଇବା କଥା କହିଥିଲେ ବୋଲି ସେମାନେ କହିଛନ୍ତି ।

ମୃତକଙ୍କ ଭାଇ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିବା ସହ ଉଭୟଙ୍କ ବିରୋଧରେ ୩୭୬ ଡି(ଗଣଦୁଷ୍କର୍ମ) ଏବଂ ୩୦୬ (ଆତ୍ମହତ୍ୟା ପାଇଁ ବାଧ୍ୟ କରିବା) ମାମଲା ରୁଜୁ କରିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କ ମୁହଁରୁ ସତ ଆଦାୟ କରିବା ପାଇଁ ଚେଷ୍ଟା କରୁଛି । ତେବେ ଜମି ବାଡ଼ି କିଣାକୁ ନେଇ ଏଭଳି ଏକ ଭୟଙ୍କର ଘଟଣା ଘଟିଯାଇଥିବା ପ୍ରକାଶ କରିଛନ୍ତି ଏସପି ଗୋପାଳକୃଷ୍ଣ ।

Get real time updates directly on you device, subscribe now.