fbpx

ଧାର୍ମିକ ପ୍ରଥାକୁ ନେଇ ହିନ୍ଦୁ ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ ମୁସଲମାନ ସ୍ୱାମୀ, ଥାନାରେ ଅଭିଯୋଗ ଆଣିଲେ ମହିଳା

ଓଡ଼ିଶା ଭାସ୍କର: ଦିନକୁ ଦିନ ବଢିବାରେ ଚାଲିଛି ଅପରାଧିକ ମାମଲା । ଖାସ କରି ଉତ୍ତର ଭାରତରେ ଅଧିକାଂଶ ଅପରାଧିକ ମାମଲା ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶରରେ ମୋରାଦାବାଦରେ ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ବିରୋଧରେ ଧାର୍ମିକ ପ୍ରଥାକୁ ନେଇ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଜଣେ ହିନ୍ଦୁ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଜଣେ ମୁସଲମାନ ବ୍ୟକ୍ତି ପ୍ରଲୋଭନ ଦେଖାଇ ବିବାହ ପାଇଁ ବାଧ୍ୟ କରିଥିଲେ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ଶାଶୁଘର ଲୋକେ ତାଙ୍କୁ ହିନ୍ଦୁ ରୀତିନୀତି ଏବଂ ପୂଜା ପ୍ରାର୍ଥନା କରିବାକୁ ବହୁତ ବାରଣ କରୁଛନ୍ତି, ଯାହା ଫଳରେ ଲଗାତାର ଭାବରେ ଛାଡପତ୍ରର ଧମକ ମିଳୁଛି ସେଥିଲାଗି ସଂଘର୍ଷ ମଧ୍ୟ କରବାକୁ ପଡ଼ୁଛି।

ସେ ଆହୁରି ମଧ୍ୟ କହିଛନ୍ତି, “ମୋ ସ୍ଵାମୀ ଜଣେ ମୁସଲମାନ ଅଟନ୍ତି ଏବଂ ତାଙ୍କ ପରିବାର ନମାଜ ପଢ଼ିବାକୁ ମୋ ଉପରେ ଜୋର ଦିଅନ୍ତି, ଯେତେବେଳେ କି ମୁଁ ଜଣେ ହିନ୍ଦୁ ହୋଇଥିବାରୁ ପୂଜା ଅର୍ଚ୍ଚନା କରିବାକୁ ଚାହେଁ । ସେଥିପାଇଁ ସେମାନେ ଚାହୁଁଛନ୍ତି ଯେ ଯଦି ମୁଁ ସେମାନଙ୍କ ରାସ୍ତା ଅନୁସରଣ ନ କରେ ତେବେ ସେ ମତେ ଛାଡ଼ିଦେବେ “। ତେବେ ଏସବୁ କଥାକୁ ଦୃଷ୍ଟିରେ ରଖି ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି ବୋଲି ଜଣେ ପୋଲିସ କର୍ମଚାରୀ ଉଲ୍ଲେଖ କରିଛନ୍ତି। ଏଥିସହ ଅଭିଯୁକ୍ତବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ନିୟୋଜିତ କରାଯାଇଛି ଏବଂ ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.