fbpx

ଲୁଚି ଲୁଚି ଯାଇ ମହିଳାଙ୍କୁ ସ୍ପର୍ମ ଥିବା ଇଞ୍ଜେକସନ୍ ଦେଇଦେଲା ଅଭିଯୁକ୍ତ, ସିସିଟିଭିରେ କଏଦ୍ ହେଲା ପୂରା ଦୃଶ୍ୟ

ୱାଶିିଂଟନ: ଅନେକ ସମୟରେ କିଛି ଅପରାଧି ଏମିତି କିଛି କାଣ୍ଡ କରନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ସେହିଭଳି କିଛି ଅଜବ କାଣ୍ଡ କରିଛନ୍ତି ଆମେରିକାର ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ସୁପରମାର୍କେଟରେ ଥିବା ଜଣେ ମହିଳାଙ୍କୁ ସ୍ପର୍ମ ଭରିଥିବା ଏକ ଇଞ୍ଜେକସନ୍ ଲଗାଇ ଦେଇଛନ୍ତି । ଅଭିଯୁକ୍ତର ଏହି ଅଜବ ହରକତ୍ ସୁପରମାର୍କେଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଏହି ଆଧାରରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ୍ । କୋର୍ଟ ଏହି ଅଭିଯୁକ୍ତକୁ ଗମ୍ଭୀର ଅପରାଧ କରିଥିବା ଅଭିଯୋଗରେ ଜେଲ ଦଣ୍ଡ ଦେଇଛି ।

ରିପୋର୍ଟ ମୁତାବକ, ଉକ୍ତ ଅଭିଯୁକ୍ତର ନାମ ହେଉଛି ଥୋମାସ୍ ବ୍ରାୟନ୍ ଷ୍ଟେମନ୍ । ୫୨ ବର୍ଷିୟ ଥୋମାସ୍ ଆମେରିକାର ମେରିଲ୍ୟାଣ୍ଡରେ ସ୍ଥିତ ଏକ ସୁପରମାର୍କେଟରେ ଏଭଳି ଏକ କାଣ୍ଡ କରିଛନ୍ତି । ଥୋମସ୍ ମାର୍କେଟରେ ଥିବା ଜଣେ ମହିଳାଙ୍କ ଠାରେ ସ୍ପର୍ମ ଭରିଥିବା ଇଞ୍ଜେକସନ୍ ଲଗାଇ ଦେଇଛନ୍ତି । ଇଞ୍ଜେକସନ୍ ଦେବାପାଇଁ ସେ ଲୁଚି ଲୁଚି ମହିଳାଙ୍କ ପଛକୁ ଗଲେ ଓ ସିରିଞ୍ଜ୍ ଲଗାଇଦେଲେ । ମହିଳାଙ୍କୁ ଯନ୍ତ୍ରଣା ହେବାପରେ ସେ ଖୁବ୍ ଜୋରରେ ପାଟି କରିଥିଲେ ।

ତେବେ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଥୋମାସ୍ ପାଖରେ ପହଞ୍ଚିଥିଲା । ସେ ଥୋମାସ୍ କାର୍ କୁ ଯାଞ୍ଚ କରିଥିଲା । କାର୍ ରୁ ଏକରୁ ଅଧିକ ସ୍ପର୍ମ ଥିବା ଇଞ୍ଜେକସନ୍ ମିଳିଥିଲା । ତେଣୁ ଏବେ ସନ୍ଦେହ କରାଯାଉଛି ଯେ, ଏହି ବ୍ୟକ୍ତି ଆହୁରି କିଛି ମହିଳାଙ୍କୁ ନିଜ ଶିକାର ବନାଇଥାଇ ପାରେ । ଅଭିଯୁକ୍ତକୁ ୧୦ ର୍ବେ ପାଇଁ ଜେଲ ଦଣ୍ଡ ଦିଆଯାଇଛି । ତା ନାମରେ ଆହୁରି ଅନେକ ମାମଲା ରହିଥିବା ପୋଲିସ୍ କହିଛି ।

 

Get real time updates directly on you device, subscribe now.