fbpx

ତୃତୀୟ ଲହରର ଆଶଙ୍କା ବହୁତ କମ, ତଥାପି ସ୍କୁଲ ଖୋଲିବାରେ ତର ତର ହୁଅନ୍ତୁ ନାହିଁ : ବୈଜ୍ଞାନିକ

ନୂଆଦିଲ୍ଲୀ : ଦେଶରେ ତୃତୀୟ ଲହରର ଆଶଙ୍କା କମ ରହିଛି । ଯଦି ବି ଆସେ ତେବେ ଏହାର ପ୍ରଭାବ ଦ୍ୱିତୀୟ ଲହରଠୁ ଦୁର୍ବଳ ରହିବ । ଏହା କହିଛନ୍ତି ଆଇସିଏମଆରର ପୂର୍ବତନ ବୈଜ୍ଞାନିକ ଡ. ରମନ ଗଙ୍ଗାଖେଡକର । ସେ ଦାବି କରିଛନ୍ତି ଯେ, ଦେଶରେ ତୃତୀୟ ଲହର ଆସିବାର ସମ୍ଭାବନା କମ ରହିଛି । ଯଦି ବି ଆସେ ତେବେ ଏହାର ପ୍ରକୋପ ଦ୍ୱିତୀୟ ଲହର ତୂଳନାରେ କମ ରହିବ । କିନ୍ତୁ ସ୍କୁଲ ଖୋଲିବା ନିର୍ଣ୍ଣୟ ତରବରିଆ ଭାବେ ନିଆନଯାଉ । କାରଣ କିଛି ନୂତନ ଅଧ୍ୟୟନରେ କୁହାଯାଇଛି ଯେ, ପିଲାଙ୍କଠାରେ କରୋନାର ପ୍ରଭାବ ଦୀର୍ଘ ସମୟ ଧରି ରହିପାରେ । ତେଣୁ ସ୍କୁଲ ଖୋଲିବା ପାଇଁ ଅଲଗା ଅଲଗା ଦୃଷ୍ଟିକୋଣ ରହିବା ଉଚିତ୍ । ଅଞ୍ଚଳଗୁଡିକରେ ପାରିପାଶ୍ୱର୍ିକ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲଯିବା ଉପରେ ବିଚାର କରାଯିବା ଉଚିତ୍ ବୋଲି ବୈଜ୍ଞାନିକ ରମନ କହିଛନ୍ତି ।

ସେ କହିଛନ୍ତି, କୋଭିଡ୍-୧୯ ଆଗାମୀ ସମୟରେ ଏନଫ୍ଲ୍ୟୁଏଞ୍ଜା ଭାଇରସର ରୂପ ନେଇପାରେ । ଟିକା ନେଇଥିବା ଲୋକଙ୍କୁ ସଂକ୍ରମଣ ପରେ ଯଦିଓ ଲକ୍ଷଣ ଦେଖିବାକୁ ନମିଳିପାରେ କିନ୍ତୁ ଅଳ୍ପ ଲକ୍ଷଣ ଦେଖା ଦେଇପାରେ । ଗଙ୍ଗାଖେଡକର କହିଛନ୍ତି, ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଲେ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯାଇ ପାରିବ ।

ଆଇସିଏମଆରର ଏହି ପୂର୍ବତନ ଅଧିକାରୀ କହିଛନ୍ତି, ଯେ ପର୍ଯ୍ୟନ୍ତ କୌଣସି ନୂତନ ଭାରିଏଣ୍ଟ ଆସିନାହିଁ ସେ ପର୍ଯ୍ୟନ୍ତ କରୋନାର ବଢୁଥିବା ସଂକ୍ରମଣରେ ଡରିବାର କୌଣସି କାରଣ ନାହିଁ । ସେ କହିଛନ୍ତି, ଭାଇରସ୍ ସେହି ଅଞ୍ଚଳରେ ବ୍ୟାପିବ ଯେଉଁଠି ପ୍ରଥମ ଏବଂ ଦ୍ୱିତୀୟ ଲହରର ପ୍ରଭାବ କମ ରହିଥିବ । ଭାଇରସ୍ ସେହି ଲୋକଙ୍କୁ ପ୍ରଭାବିତ କରିବ ଯେଉଁମାନେ ଏ ପର୍ଯ୍ୟନ୍ତ ଟିକା ଲଗାଇ ନାହାନ୍ତି ।

Get real time updates directly on you device, subscribe now.