fbpx

OPSC ପକ୍ଷରୁ ଘୋଷଣା: ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ACF, ଫରେଷ୍ଟ ରେଞ୍ଜର ଗ୍ରୁପ-ଏ, ଗ୍ରୁପ-ବି ପଦର ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସହକାରୀ ବନ ସଂରକ୍ଷକ (ଏସିଏଫ), ଗ୍ରୁପ-ଏ (ଜେବି) ଓ ଫରେଷ୍ଟ ରେଞ୍ଜର, ଗ୍ରୁପ-ବି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଅପଡେଟ୍ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏହି ସମସ୍ତ ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।

ଓପିଏସସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ, ମାର୍ଚ୍ଚ ମାସ ୨୭ରୁ ଏପ୍ରିଲ ମାସ ୭ ତାରିଖ ପର୍ଯ୍ୟନ୍ତ ସହକାରୀ ବନ ସଂରକ୍ଷକ (ଏସିଏଫ), ଫରେଷ୍ଟ ରେଞ୍ଜର, ଗ୍ରୁପ-ଏ (ଜେବି) ଓ ଗ୍ରୁପ-ବି ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ଆଦି ୫ଟି ଜୋନରେ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୯-୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଓ ଦ୍ୱିପ୍ରହର ୨-୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ଏହାର ଏକ ଲିଷ୍ଟ ଜାରି କରାଯାଇଛି । ପ୍ରାର୍ଥୀମାନେ ଆସନ୍ତା ୨୧ ତାରିଖ ଠାରୁ ଆଡମିସନ ସାର୍ଟିଫିକେଟ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.