fbpx

ନାଲକୋ ପକ୍ଷରୁ ଅନଲାଇନ୍ ଆବେଦନ ଆରମ୍ଭ ହେଲା: ଗ୍ରାଜୁଏଟ ଇଞ୍ଜିନିୟର ପଦରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଗ୍ରାଜୁଏଟ ଇଞ୍ଜିନିୟର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେକାନିକାଲ, ଇଲେକ୍ଟ୍ରିକାଲ, ଇନଷ୍ଟ୍ରୁମେଣ୍ଟସନ, ମେଟାଲର୍ଜି, କେମିକାଲ, କେମିଷ୍ଟ୍ରି ଆଦି ବିଭାଗରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମୋଟ ୨୭୭ଟି ପଦ ଖାଲି ରହିଥିବା ବେଳେ ଅଣସଂରକ୍ଷିତ, ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ), ଅନ୍ୟ ପଛୁଆ ବର୍ଗ (ଓବିସି) (ଏନସିଏଲ), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି ଆଦି ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

ମାର୍ଚ୍ଚ ୪ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ତାହା ଏପ୍ରିଲ ମାସ ୨ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ନାଲକୋର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ । ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କ ପରିଦର୍ଶନ କରିପାରିବେ ।

ପ୍ରାର୍ଥୀ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜିରେ ୪ ବର୍ଷିଆ ଫୁଲ ଟାଇମ୍ ବ୍ୟାଚେଲର ଡିଗ୍ରୀ କରିବା ସହିତ ୬୫ ପ୍ରତିଶତ ମାର୍କ ରଖିଥିବେ । ବିଭିନ୍ନ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ସେ ବାବଦରେ ବିଜ୍ଞାପନରେ ଡିଟେଲ୍ସ ଦିଆଯାଇଛି । ସମସ୍ତ ଶିକ୍ଷାଗତ ଯୋଗ୍ୟତା ସରକାରୀ ୟୁନିଭରସିଟି / ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ୱୀକୃତିପ୍ରାପ୍ତ ୟୁନିଭରସିଟି / ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ମାସିକ ବେତନ ୪୦ ହଜାର ଉପରେ ରହିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଅଣସଂରକ୍ଷିତ, ଓବିସି ଓ ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://mudira.nalcoindia.co.in/iorms/UploadData/Advertisement/638442872175902093_RECRUITMENT%20OF%20GRADUATE%20ENGINEER%20TRAINEES%20(GETs)%20THROUGH%20GATE-2023.pdf

Get real time updates directly on you device, subscribe now.