fbpx
BJD SKY
BJD SKY

‘ଲୋକସଭା ନିର୍ବାଚନ ଅଛି ସେଥିପାଇଁ ଆମେ ସମୟ ଦେଉଛୁ..’, ପାର୍ଟୀ ଅଫିସ ଖାଲି କରିବା ପାଇଁ AAPକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପକ୍ଷରୁ ଆମଆଦମୀ ପାର୍ଟୀକୁ ଏକ ବଡ଼ ଝଟକା ଲାଗିଛି । କୋର୍ଟ ଆପକୁ ଦିଲ୍ଲୀ କୋର୍ଟର ଜମିରେ ତିଆରି କାରିଥିବା କାର୍ଯ୍ୟାଳୟକୁ ଖାଲି କରିବାକୁ କହିଛନ୍ତି । କୋର୍ଟ ଆମଆଦମୀ ପାର୍ଟୀକୁ କାର୍ଯ୍ୟାଳୟ ଦେବା ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟ ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଜଜ କହିଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟର ଜମିରେ ଏକ ରାଜନୈତିକ ଦଳର କାର୍ଯ୍ୟାଳୟ ପରିଚାଳିତ ହେଉଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟଙ୍କୁ ଏହି ଜମି, ବଙ୍ଗଳା ଫେରାଯାଉ, କାରଣ ଏହା ହାଇକୋର୍ଟର ପୁଲରେ ଅଛି ।

ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ପୀଠ ଆମ ଆଦମୀ ପାର୍ଟୀକୁ ନିଜ ନୂଆ କାର୍ଯ୍ୟାଳୟ ପାଇଁ ଜମି ବଣ୍ଟନ ପାଇଁ ଭୂମି ଏବଂ ବିକାଶ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କହିଛି । ପୀଠ କହିଛି ଯେ, ଆମେ L&DO ରେ ଆବେଦନକୁ କାର୍ଯ୍ୟକାରୀ କରିବା ଏବଂ ଚାରି ସପ୍ତାହ ମଧ୍ୟରେ ଏହାର ନିଷ୍ପତ୍ତି ଜଣାଇବାକୁ ଅନୁରୋଧ କରିବୁ । ଚିଫ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ୨୦୧୫ ପରେ ଆପ ଜମିର ଆଇନଗତ ଭାବେ ଦଖଲକାରୀ ନୁହଁନ୍ତି ଏବଂ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆମେ ୧୫ ଜୁନ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖାଲି କରିବାକୁ ସମୟ ଦେଉଛୁ ।

Get real time updates directly on you device, subscribe now.