fbpx

ଇସ୍ରାଏଲରେ ଲେବନାନର ଆଣ୍ଟି ଟ୍ୟାଙ୍କ ମିସାଇଲ ଆକ୍ରମଣରେ ପୁଣି ଜଣେ ଭାରତୀୟଙ୍କର ମୃତ୍ୟୁ , ୨ ଗୁରୁତର

Advertisement

ନୂଆଦିଲ୍ଲୀ: ଇସ୍ରାଏଲ-ହାମାସ ଯୁଦ୍ଧରେ ସୋମବାର ଦିନ ଲେବନାନରୁ ଆସିଥିବା ଆଣ୍ଟି ଟ୍ୟାଙ୍କ ମିସାଇଲ ଆକ୍ରମଣରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । କେରଳର ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ସୋମବାର ଦିନ ଲିବନାନ୍ ଏବଂ ଉତ୍ତର ଇସ୍ରାଏଲରେ ହିଜବୁଲ ଆତଙ୍କବାଦୀଙ୍କ ଦ୍ୱାରା ଟ୍ୟାଙ୍କ ବିରୋଧୀ ମିସାଇଲ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଇସ୍ରାଏଲର ଚ୍ୟାନେଲ ୧୨ ଟିଭି ଖବର ଅନୁଯାୟୀ, ଏହି ମିସାଇଲ ମାର୍ଗାଲିଅଟ୍ ସମ୍ପ୍ରଦାୟର ଏକ ବଗିଚାରେ ଆଟାକ୍ କରିଥିଲା, ଯାହାର ଶିକାର ହୋଇଥିଲେ ୮ ଜଣ ଭାରତୀୟ କର୍ମଚାରୀ ।

ଇସ୍ରାଏଲର ମ୍ୟାଗେନ ଡେଭିଡ ଏଡୋମ ଉଦ୍ଧାର ସେବା ଏକ ବିବୃତ୍ତିରେ କହିଛି ଯେ, ଏହି ଆକ୍ରମଣରେ ଦୁଇ ଜଣ ଭାରତୀୟ ନାଗରିକ ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ବାୟୁସେନା ହେଲିକପ୍ଟର ଯୋଗେ ଡାକ୍ତରଖାନାକୁ ପଠାଯାଇଛି । ଇସ୍ରାଏଲର ସାମରିକ ମୁଖପାତ୍ରଙ୍କ କହିବାନୁସାରେ, ଟ୍ୟାଙ୍କ ଏବଂ ଆର୍ଟିଲିରିରୁ ଗୁଳି ଚଳାଇ ଏହି ମିସାଇଲ ଆକ୍ରମଣର ଉପଯୁକ୍ତ ଜବାବ ଦେଇଛି ଇସ୍ରାଏଲ ସେନା ।

Get real time updates directly on you device, subscribe now.