fbpx
BJD SKY
BJD SKY

‘ବ୍ୟାଡମିଣ୍ଟନ ହେଉଛି ମୋ ପ୍ରଥମ ପ୍ରେମ’, ଏମିତି କିଛି କହି ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନକୁ ଅଲବିଦା କହିଲେ ସାଇ ପ୍ରଣୀତ

BJD

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ବି. ସାଇ ପ୍ରଣୀତ ଫ୍ୟାନ୍ସମାନଙ୍କୁ ବଡ଼ ଝଟକା ଦେଇଛନ୍ତି । ୩୧ ବର୍ଷ ବୟସରେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି ସାଇ ପ୍ରଣୀତ । ୨୦୧୯ ବିଶ୍ୱ ଚମ୍ପିଅନଶିପରେ ଇତିହାସ ରଚିଥିବା ସାଇ ହେଉଛନ୍ତି ଜଣେ ଷ୍ଟାର ସଟଲର । ବର୍ତ୍ତମାନ ସେ ଆମେରିକାର ଏକ କ୍ଲବରେ ମଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେବେ ।

ହାଇଦ୍ରାବାଦର ଷ୍ଟାର ଖେଳାଳି ବି. ସାଇ ପ୍ରଣୀତଙ୍କ ପାଇଁ ୨୦୧୯ ମସିହା ବେଶ ଖାସ ଥିଲା । ବିଶ୍ୱ ଚମ୍ପିଅନସିପ ସିଜିନରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ସେତେବେଳେ ୩୬ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ଏହି ଉପଲବ୍ଧି ହାସଲ କରିଥିଲେ । ଏହା ପୂର୍ବରୁ ୧୯୮୩ରେ ପ୍ରକାଶ ପାଦୁକୋନ ବ୍ରୋଞ୍ଜ ପଦକ ଜିତିଥିଲେ । ସାଇ ପ୍ରଣୀତ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ଚମତ୍କାର କ୍ୟାରିୟରକୁ ଅଲବିଦା କହି ଲେଖିଛନ୍ତି, ‘ମିଶ୍ରିତ ଭାବନା ସହ ଏହି ଶବ୍ଦ ମାଧ୍ୟମରେ ସେହି ଖେଳକୁ ଅଲବିଦା କହୁଛି ଯାହା ୨୪ ବର୍ଷ ପର୍ଯ୍ୟନ୍ତ ମୋ ପାଇଁ ସବୁକିଛି ଥିଲା । ଆଜି ଠାରୁ ମୁଁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି ଏବଂ ମୋର କ୍ରୀଡ଼ା ଯାତ୍ରା ପାଇଁ କୃତଜ୍ଞ । ବ୍ୟାଡମିଣ୍ଟନ ହେଉଛି ମୋ ପ୍ରଥମ ପ୍ରେମ ଏବଂ ସାଥି ମଧ୍ୟ । ଏହା ମୋ ଅସ୍ତିତ୍ୱକୁ ଅର୍ଥ ପ୍ରଦାନ କରିଛି । ଯେଉଁ ସବୁ ସ୍ମୃତି ଏବଂ ଚ୍ୟାଲେଞ୍ଜ ପାରି କରିଛି ତାହା ସବୁବେଳେ ମୋ ହୃଦୟରେ ରହିବ ।’

 

View this post on Instagram

 

A post shared by Sai Praneeth (@saipraneeth92)

ଡାହାଣହାତୀ ଏହି ଭାରତୀୟ ଶଟଲର ୨୦୧୩ ଥାଇଲାଣ୍ଡ ଓପନ୍ ଗ୍ରାଣ୍ଟ ପ୍ରି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ସେ ୨୦୦୩ ଅଲ୍ ଇଂଲଣ୍ଡ ଚାମ୍ପିୟନ ମହମ୍ମଦ ହାଫିଜ ହାଶିମଙ୍କୁ ହରାଇ ଦେଇଥିଲେ । ଯାହା ପରେ ତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଇଥିଲା ।ସାଇ ପ୍ରଣୀତ ୨୦୦୮ରେ ମଧ୍ୟ କମନୱେଲଥ୍ ଗେମ୍ସରେ ପୁରୁଷ ଡବଲ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହାପରେ ୨୦୧୦ ବିଶ୍ୱ ଜୁନିୟର ଚାମ୍ପିୟନସିପ ସିଙ୍ଗଲ୍ସରେ ମଧ୍ୟ ସେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହାପରେ ୨୦୧୬ରେ ସେ ଲଗାତାର ଦୁଇଟି ମେଡାଲ ଜିତିଥିଲେ । ସାଇ ପ୍ରଣୀତ ନିଜ କ୍ୟାରିୟରରେ ଏକମାତ୍ର ଗୋଲ୍ଡ ମେଡାଲ ଜିତିଥିଲେ । ଭାରତରେ ହେଇଥିବା ସାଉଥ୍ ଏସିଆନ୍ ଗେମ୍ସର ଟିମ୍ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

 

Get real time updates directly on you device, subscribe now.