fbpx
BJD
BJD SKY
BJD SKY

ମହିଳାମାନଙ୍କୁ ମିଳିଲା ଗର୍ଭପାତ ପାଇଁ ସାମ୍ବିଧାନିକ ଅଧିକାର, ଇତିହାସରେ ପ୍ରଥମଥର ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଗର୍ଭପାତ ଏକ ବେଆଇନ କାର୍ଯ୍ୟ ବୋଲି ଆଇନରେ ରହିଆସିଛି । ଯେଉଁମାନେ ଏପରି କାର୍ଯ୍ୟ କରନ୍ତି ପୋଲିସ ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ହେଲେ ବର୍ତ୍ତମାନ ଏହାକୁ ସାମ୍ବିଧାନିକ ଅଧିକାରର ମାନ୍ୟତା ମିଳିଛି । ଆଜ୍ଞା ହଁ ଫ୍ରାନ୍ସ ସରକାର ଏପରି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ସୋମବାର ଦିନ ସଂସଦର ମିଳିତ ଅଧିବେଶନରେ ଏହି ଅଧିକାରକୁ ମଞ୍ଜୁରୀ ମିଳିଛି । ଏହି ବିଲ ଉପରେ ସପକ୍ଷ ଭୋଟ ୭୮୦ ଖଣ୍ଡ ଭୋଟ ମିଳିଥିବା ବେଳେ, ଏହା ବିରୋଧରେ ମାତ୍ର ୭୨ ଖଣ୍ଡ ଭୋଟ ମିଳିଥିଲା । ଫ୍ରାନ୍ସ ସଂସଦର ଉଭୟ ଗୃହ, ନ୍ୟାସନାଲ ଆସେମ୍ବଲୀ ଏବଂ ସିନେଟ ମହିଳାମାନଙ୍କୁ ଗର୍ଭପାତ କରିବାର ଅଧିକାର ଗ୍ୟାରେଣ୍ଟି ଦେବା ଲାଗି ଫ୍ରାନ୍ସ ସମ୍ବିଧାନର ଧାରା ୩୪ରେ ସଂଶୋଧନ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଗର୍ଭପାତକୁ ସାମ୍ବିଧାନିକ ଅଧିକାର ଦେବାରେ ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଅନେକ ଲୋକ ଖୁସି ବ୍ୟକ୍ତ କରିବା ସହ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ରିପୋର୍ଟ ମୁତାବକ ଫ୍ରାନ୍ସର ରାଜଧାନୀ ପ୍ୟାରିସର ଭର୍ସେଲସ ପ୍ୟାଲେସରେ ସାଂସଦଙ୍କ ଏକ ସ୍ୱତନ୍ତ୍ର ସଭାରେ ବିଧାନସଭା ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ଥିଲା । ଫ୍ରାନ୍ସ ସିନେଟ ଏବଂ ନେସନାଲ ଆସେମ୍ବଲୀ ଚଳିତ ବର୍ଷ ଆରମ୍ଭରେ ସଂଶୋଧନକୁ ବହୁ ମାତ୍ରାରେ ଭୋଟ ଦେଇ ମଞ୍ଜୁରୀ ଦେଇଥିଲେ । ସଂଶୋଧନରେ କୁହାଯାଇଛି ଯେ, ଫ୍ରାନ୍ସରେ ଗର୍ଭପାତର ‘ସୁନିଶ୍ଚିତ ସ୍ୱାଧୀନତା’ ଅଛି । ବହୁ ସାଂସଦ ଏହି ପଦକ୍ଷେପକୁ ପ୍ରଂଶସା କରି ଏହା ଐତିହାସିକ ବୋଲି କହିଛନ୍ତି । ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗାବ୍ରିଏଲ ଅଟଳ ମତଦାନ ପୂର୍ବରୁ କହିଥିଲେ ଯେ, ସେହି ମହିଳାମାନଙ୍କ ପ୍ରତି ଏହା ‘ନୈତିକ ଋଣ’ ଅଟେ, ଯେଉଁମାନଙ୍କୁ ଅତୀତରେ ଅବୈଧ ଗର୍ଭପାତ ସହିବାକୁ ବାଧ୍ୟ କରାଯାଇଥିଲା । ଆମେ ସମସ୍ତ ମହିଳାମାନଙ୍କୁ ଏହି ବାର୍ତ୍ତା ପଠାଉଛୁ ଯେ, ଆପଣଙ୍କ ଶରୀର ଆପଣଙ୍କର ଅଟେ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଛନ୍ତି ଯେ, ଶୁକ୍ରବାର ଦିନ ଅନ୍ତର୍ଜାତୀୟ ମହିଳା ଅଧିକାର ଦିବସରେ ଏହି ସଂଶୋଧନ ପାସ୍ ହେବା ପାଇଁ ସରକାର ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ କରିବେ।

Get real time updates directly on you device, subscribe now.