fbpx

OSSC ଜୁନିୟର ଟାଇପିଷ୍ଟ, ଷ୍ଟେନୋ, ଜୁନିୟର କ୍ଲର୍କ, DEO ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ ଆଣ୍ଡ ଟାଇପିଷ୍ଟ, ଟାଇପିଷ୍ଟ ଆଣ୍ଡ କପିଇଷ୍ଟ, ଜୁନିୟର ଗ୍ରେଡ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଆଦି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ନଭେମ୍ବର ମାସ ୧୮ ତାରିଖରୁ ଡିସେମ୍ବର ମାସ ୧୭ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ଏହାପରେ ଫେବୃଆରୀ ୪ ତାରିଖ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ତେବେ ଏହା ମଧ୍ୟରେ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ସଫଳ ପ୍ରାର୍ଥୀଙ୍କର ଏକ ତାଲିକା ଜାରି କରାଯାଇଛି । ପ୍ରିଲିମ୍ ଦେଇଥିବା ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ପରୀକ୍ଷା ରେଜଲ୍ଟ ଚେକ୍ କରିପାରିବେ । ଆଗକୁ ଭାଷା ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ କରାଯିବ । ତେଣୁ ପ୍ରିଲିମରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ମୁଖ୍ୟ ପରୀକ୍ଷା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେବା ଆବଶ୍ୟକ ।

ପ୍ରିଲିମିନାରୀ ପରୀକ୍ଷାର ଉତ୍ତରମାଳା ଦୁଇଟି ପର୍ଯ୍ୟାୟରେ ଜାରି କରାଯାଇଥିଲା । କୌଣସି ପ୍ରଶ୍ନକୁ ନେଇ ଅଭିଯୋଗ ଥିଲେ ସେନେଇ ପ୍ରାର୍ଥୀମାନେ ଫେବୃଆରୀ ୧୫ରୁ ୧୮ ମଧ୍ୟରେ ଆବେଦନ କରିଥିଲେ । ଓଏମଆର ଉତ୍ତର ଶିଟରେ ଏହି ସମସ୍ତ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରତି ଭୁଲ୍ ଉତ୍ତର ପାଇଁ ୦.୨୫ ମାର୍କ ମାଇନସ୍ କରାଯାଇଥିଲା । ଏହି ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିଲା । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦୨୩ ମସିହା ଜାନୁଆରୀ ମାସ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ ରୁ ୩୮ ବର୍ଷ ମଧ୍ୟରେ ରହିଥିଲା । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.