fbpx
BJD SKY
BJD SKY

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍

BJD

କଟକ (ଭାସ୍କର ନ୍ୟୁଜ୍) : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଶନିବାର ଏହାର ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ ଫେରିଛି କ୍ରାଇମବ୍ରାଞ୍ଚ ଟିମ୍‌ । ପ୍ରଥମ ପର୍ଯ୍ୟାୟରେ ଡ଼ିଏଫଓଙ୍କ ସମେତ ୧୪ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ପରବର୍ତ୍ତୀ ତଦନ୍ତରେ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌ ଡିଏଫ୍‌ଓଙ୍କୁ ଜେରା କରୁଛନ୍ତି । ତେବେ କିଛି ଦିନ ତଳେ ଡାକ୍ତର ଓ ତହସିଲଦାରଙ୍କୁ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ ।

ଶୁକ୍ରବାର ଦିନ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ଥାନାରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପ୍ରାୟ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରିଛନ୍ତି। ହେଲେ ତାଙ୍କୁ କ’ଣ ସବୁ ପ୍ରଶ୍ନ ହୋଇଥିଲା ଏବଂ ଉତ୍ତରରେ ସେ କ’ଣ କହିଥିଲେ, ସେ ସମ୍ପର୍କରେ ମୁହଁ ଖୋଲିନାହାନ୍ତି ଥାନା ଅଧିକାରୀ।

Get real time updates directly on you device, subscribe now.