fbpx

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକା ଉଦ୍ଭାବନରେ ଓଡିଆ ବୈଜ୍ଞାନିକଙ୍କ କୃତିତ୍ୱ, ଡଃ.ତାରେଣୀ ଦାସଙ୍କୁ ସମ୍ମାନିତ କଲେ କୃଷି ଓ କୃଷକ କଲ୍ୟାଣ କେନ୍ଦ୍ରମନ୍ତ୍ରୀ

ନିମାପଡ଼ା, (ଭାସ୍କର ନ୍ୟୁଜ): ନିମାପଡା ଅଞ୍ଚଳର ବୋହୂ ଜାପାନିଜ ଏନ୍‌ସେଫାଲାଇଟସ୍‌ ଟୀକା ଉଦ୍‌ଭାବନରେ କୃତିତ୍ୱ ହାସଲ କରିଛନ୍ତି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଓଡିଆ ବୈଜ୍ଞାନିକଙ୍କୁ ସମ୍ମାନିତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅରିଷଣ୍ଢ ପଞ୍ଚାୟତ ଡଗରାସାହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ନାଥ ଦାସ ଓ କନକଲତା ଦାସଙ୍କ ବୋହୂ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ନିଳକଣ୍ଠ ଦାସଙ୍କ ପତ୍ନୀ ତାରେଣୀ ଦାସ ଜାପନିଜ୍‌ ଏନସେଫାଲାଇଟିସ୍‌ ବା ଜାପାନୀ ଜ୍ୱର ଟୀକାର ଆବିଷ୍କାର କରିଛନ୍ତି।

ଭାରତରେ ପ୍ରଥମଥର ପାଇଁ ଏହି ଟୀକା ଭାରତୀୟ ପ୍ରାଣୀ ଚିକିତ୍ସା ଗବେଷଣା ସଂସ୍ଥାନ ବରେଲୀ ଉତ୍ତର ପ୍ରଦେଶର ଏକ ବୈଜ୍ଞାନିକ ଟିମ୍‌ ଡଃ ବି. ସାଇକୁମାରଙ୍କ ନେତୃତ୍ୱରେ ଗବେଷଣା କରି ଏହାକ ବିକଶିତ କରିପାରିଛନ୍ତି । ଏହା ଦ୍ୱାରା ଘୁଷୁରୀମାନଙ୍କ ଶରୀରରୁ ମୁଖ୍ୟତଃ ଶିଶୁମାନଙ୍କୁ ସଂକ୍ରମିତ ହେଉଥିବା ଭୟଙ୍କର ଜାପାନୀ ଜ୍ୱର ରୋଗ ସଂକ୍ରମଣ ରୋକିବାରେ ବିଶେଷ ସହାୟକ ହେବ । ଏହି ଜାପାନି ଜ୍ୱର ଟୀକା ଉଦ୍‌ଭାବନରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଓଡିଆ ବୈଜ୍ଞାନିକ ତାରେଣୀ ଦାସଙ୍କୁ ଉଲ୍ଲେଖନୀୟ କାର୍ଯ୍ୟକୁ ମନ୍ତ୍ରୀ ମହୋଦୟ ପ୍ରଶଂସା କରିଛନ୍ତି । ଡଃ ଦାସ ଓୟୁଏଟି ଅଧିନସ୍ଥ ପ୍ରାଣୀ ଚିକିତ୍ସା ପ୍ରାଣୀପାଳନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଅଟନ୍ତି। ଅଧୁନା ବୈଜ୍ଞାନିକ ତାରେଣୀ ଦାସ ଜଟଣୀ ନିକଟସ୍ଥ ଅରୁଗୁଳ ଠାରେ ଅବସ୍ଥିତ ଅର୍ନ୍ତଜାତୀୟ ଫାଟୁଆ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଭାତର ସରକାରଙ୍କ ତରଫରୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଡଃ ତାରେଣୀ ଦାସଙ୍କୁ ସମ୍ମାନିତ କରିବା ସହ ଏହୀ ଟୀକାର ଶୁଭ ଉନ୍ମୋଚନ କରିଛନ୍ତି ।

Get real time updates directly on you device, subscribe now.