fbpx

ଘରେ ପଶି ମାଡ କଲେ ଏସିଡ୍: ୪ଗୁରୁତର

ବାଲେଶ୍ୱର: ରାଜ୍ୟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଘରେ ପଶି ଜଣେ ଯୁବକ ୪ଜଣଙ୍କୁ ଏସିଡ୍ ମାଡ କରିଛନ୍ତି । ଏଥିରେ ଦୁଇ ଶିଶୁ ସମେତ ୪ ଜଣ ଗୁରୁତର ରହିଛନ୍ତି । ଦୁଇ ଭଉଣୀ ଏବଂ ସେମାନଙ୍କ ଦୁଇ ଶିଶୁଙ୍କ ଉପରେ ଏସିଡ୍ ମାଡ କରାଯାଇଥିବା କଥା ଜଣାପଡିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ସଦରଥାନା ଅନ୍ତର୍ଗତ ଭୀମାପୁରା ଅଞ୍ଚଳରେ ଏପରି ଏକ ଜଘନ୍ୟ କାଣ୍ଡ ଘଟିଛି । ଘରେ କେହି ନଥିବା ଅବସ୍ଥାରେ ଅଭିଯୁକ୍ତ ଜଣକ ଘରେ ପଶି ଦୁଇ ଭଉଣୀଙ୍କ ସମେତ ଦୁଇ ଶିଶୁଙ୍କ ଉପରେ ଏସିଡ୍ ମାଡ କରି ଫେରାର ହୋଇଯାଇଛନ୍ତି ।

ଗୁରୁତର ଅବସ୍ଥାରେ ଥିବା ସମସ୍ତ ୪ଜଣଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ ଯୁବକ ଏସିଡ୍ ପକାଇଥିବା କଥା ସୁଚନା ମିଳିଛି । ତେବେ ପୋଲିସ ଏହିସବୁ ମାମଲର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.