fbpx

ଜଘନ୍ୟ କାଣ୍ଡ : ସ୍ୱାମୀ ଓ ଶାଶୁଙ୍କୁ ମାରି ଫ୍ରିଜ୍ ରେ ରଖିଲେ, ପ୍ରମାଣ ନଷ୍ଟ କରିବାକୁ ରାଜ୍ୟ ବାହାରେ ଫିଙ୍ଗିଲେ

ନୂଆଦିଲ୍ଲୀ : ଶ୍ରଦ୍ଧା ଓ ନିକ୍କି ହତ୍ୟା ପରେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଫ୍ରିଜ୍ ରେ ରଖିବା ପରେ ତାହାକୁ ଅନ୍ୟ ରାଜ୍ୟରେ ଫିଙ୍ଗଛି । ଏହି ଘଟଣାଟି ଗତ ଅଗଷ୍ଟରେ ଘଟିଥିବା ବେଳେ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଘଟଣାଟି ଘଟିଛି ଗୁୱାହାଟିରେ ।

ପୋଲିସ ସୂତ୍ରରୁୂ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତି ବନ୍ଦନା କଳିତା ସ୍ୱାମୀ ଅମରଜ୍ୟୋତି ଦେ ଏବଂ ଶାଶୁ ଶଙ୍କରୀ ଦେଙ୍କୁ ବୟଫ୍ରେଣ୍ଡ ସାହାଯ୍ୟରେ ହତ୍ୟା କରିଥିଲେ । ପରେ ସେମାନଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ ରେ ରଖିଥିଲା ଏବଂ ପ୍ରମାଣ ନଷ୍ଟ କରିବାକୁ ଯାଇ ତାହାକୁ ପଡୋଶୀ ରାଜ୍ୟ ମେଘାଳୟ ନେଇ ଯାଇଥିଲେ । ସେଠାରେ ପାହାଡିଆ ସ୍ଥାନ ଦେଖି ଘାଈରେ ଫିଙ୍ଗିଥିଲା ।

ଶାଶୁର ମୃତଦେହ ଠାବ କରାଯାଇଥିବା ନେଇ ପୋଲିସ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । କିନ୍ତୁ ଏପର୍ଯ୍ୟନ୍ତ ମହିଳାଙ୍କ ସ୍ୱାମୀର ମୃତଦେହ ଠାବ କରାଯାଇନାହିଁ । ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏପର୍ଯ୍ୟନ୍ତ ହତ୍ୟାର କାରଣ ଜରାପଡିନାହିଁ ।

Get real time updates directly on you device, subscribe now.