fbpx

ଏଭଳି ମାନସିକତା କାହିଁକି ? ହତ୍ୟା ପରେ ଶବକୁ ଫ୍ରିଜ୍ ରଖିବା….

ଭୁବନେଶ୍ୱର : ଏ କିଛି ଦିନ ମଧ୍ୟରେ ଶ୍ରଦ୍ଧା ମର୍ଡରେ କେସ୍ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେ ଲିଭ୍ ଇନ ରେ ଥିଲେ, ତାଙ୍କ ପାର୍ଟନର ପ୍ରଥମେ ତାଙ୍କୁ ହତ୍ୟା କଲେ ପରେ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଫ୍ରିଜ୍ ରେ ରଖିଲେ ଏବଂ ପରେ ଏହାର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କଲେ । କିନ୍ତୁ ପୋଲିସ ହାତରେ ଧରାପଡିଲେ । କେବଳ ଏହି ଗୋଟିଏ କେସ୍ ନୁହେଁ, ଗୋଟିଏ ପରେ ଗୋଟିଏ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଲାଣି । ଭାଲେନଟାଇନ୍ସ ଡେ ପୂର୍ବରୁ ସେହିଭଳି ନିକ୍କି ମର୍ଡର କେସ୍ ବିଷୟରେ ଜଣାପଡିଥିଲା । ଯାହା ଅନେକ ପ୍ରେମୀ ଯୁଗଳକଙ୍କୁ ଆଘାତ ଦେବା ସହ ସଭ୍ୟ ସମାଜକୁ ଦୋହଲାଇ ଦେଇଥିଲା । ତାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ଉଭୟ ଦିଲ୍ଲୀରେ ଲିଭ୍‌ଇନ୍ ରେ ରହୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ସମ୍ପର୍କରେ ଫାଟ ଆସିଥିଲା ଏବଂ ନିକ୍କିଙ୍କୁ ତାଙ୍କ ପାଟର୍ନର ହତ୍ୟା କରି ଫ୍ରିଜ୍ ରେ ରଖିଥିଲେ । ପୋଲିସ ଏକ ବନ୍ଦ ଢାବାରୁ ନିକ୍କିଙ୍କ ମୃତଦେହ ଜବତ କରିଥିଲା ।

ସେହିଭଳି ଆଜି ଅନ୍ୟ ଏକ ଘଟଣା ଆଜି ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ପ୍ରଥମେ ଫ୍ରିଜରେ ରଖିଥିଲେ ଏବଂ ପରେ ଅନ୍ୟ ରାଜ୍ୟରେ ଫିଙ୍ଗି ଦେଇଥିଲେ । ସୂତ୍ର ଅନୁଯାୟୀ ଏହି ହତ୍ୟାକାଣ୍ଡରେ ତାଙ୍କ ପ୍ରେମିକ ତାଙ୍କୁ ସାହଯ୍ୟ କରିଥିଲେ । ମୃତଦେହକୁ କାଟି ଦୁଇ ଦିନ ଫ୍ରିଜ୍‌ରେ ରଖିବା ପରେ ମେଘାଳୟ ନେଇ ପାହାତ ତଳକୁ ଫିଙ୍ଗି ଦେଇଥିଲେ । ପୁଲିସ ତାଙ୍କ ଶାଶୁଙ୍କ ଖଣ୍ଡିତ ଶବ ମିଳିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଶବ ଏପର୍ଯ୍ୟନ୍ତ ମିଳିନାହିଁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଲୋକଙ୍କର ଏଭଳି ମାନସିକତା କାହିଁକି? । କେଉଁ ଚିନ୍ତାଧାରାରେ ବଶବତ ହୋଇ ଲୋକମାନେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ ରେ ରଖୁଛନ୍ତି । ଏହା ପଛର କାରଣ କ’ଣ ? ଏମାନେ କ’ଣ ମାନସିକ ରୋଗୀ? ଜଣେ ସୁସ୍ଥ ମାନସିକ ବ୍ୟକ୍ତି କ’ଣ ଏଭଳି କରିପାରେ? ନା ଅପରାଧିକ ଦଣ୍ଡରୁ ବଞ୍ଚିବା ପାଇଁ ଏମାନେ ଏଭଳି କରୁଛନ୍ତି ।

Get real time updates directly on you device, subscribe now.