fbpx

ଦୁଷ୍କର୍ମକୁ ପ୍ରତିରୋଧ କରିବାରୁ ମହିଳାଙ୍କ ଆଖିରେ ଏସିଡ୍ ପକାଇଦେଲେ ଦୁର୍ବୃତ୍ତ

ଭୋପାଳ: ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଏହି କ୍ରମରେ ଜଣେ ୨୦ ବର୍ଷର ଯୁବତୀଙ୍କ ଆଖିରେ ଏସିଡ୍ ପକାଇଛନ୍ତି ଦୁଇଜଣ ଦୁର୍ବୃତ୍ତ । ସେମାନେ ପ୍ରଥମେ ମହିଳାଙ୍କୁ ଅପହରଣ କରିଥିଲେ ଓ ତାପରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁଷ୍କର୍ମକୁ ମହିଳା ଜଣକ ରୋକିବାରୁ ତାଙ୍କ ଆଖିରେ ଏସିଡ୍ ପକାଇ ଦେଇଥିଲେ ଦୁର୍ବୃତ୍ତ । ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ । ଖାଲି ସେତିକି ନୁହେଁ ତାଙ୍କ ସହିତ ମାରପିଟ୍ ବି କରିଥିବା ଜଣାପଡ଼ିଛି । ଏବେ ପୀଡ଼ିତରା ଜଣକ ଦୃଷ୍ଟିହୀନ ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଅଭିଯୁକ୍ତ ମାନେ କୌଣସି ଏକ ସମ୍ପର୍କୀୟଙ୍କ ବିଷୟରେ ଖବର ସଂଗ୍ରହ କରିବା ପାଇଁ ମହିଳାଙ୍କୁ ଗିରଫ କରିଥିଲେ । କାରଣ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟ କାହା ସହିତ ଫେରାର୍ ହୋଇଯାଇଥିଲେ । ତେଣୁ ଅଭିଯୁକ୍ତ ମାନେ ସନ୍ଦେହ କରୁଥିଲେ ଯେ, ଉକ୍ତ ମହିଳା ଫେରାର୍ ହେବାରେ ସେମାନଙ୍କୁ ସହାୟତା କରିଥିଲେ । ତେବେ ଅପହରଣ କରିବା ପରେ ସମ୍ପର୍କୀୟଙ୍କ ବିଷୟରେ ତାଙ୍କୁ ପଚରାଉଚରା କରିଥିଲେ । କିନ୍ତୁ କିଛି ଖବର ନ ମିଳିବାରୁ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଓ ଆଖିରେ ଏସିଡ୍ ପକାଇ ଦେଇଥିଲେ ।

ତେବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବେ ପୀଡ଼ିତା ଜଣକ ଚିତ୍ରକୁଟ ଚକ୍ଷୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଉଭୟ ଅଭିଯୁକ୍ତ ପୀଡ଼ିତାଙ୍କ ସମ୍ପର୍କୀୟ ବୋଲି ପୋଲିସ୍ କହିଛି ।

Get real time updates directly on you device, subscribe now.