fbpx

୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ACSଙ୍କ ଚିଠି, ଜାଣନ୍ତୁ ଟିକା ଦେବାର ସମୟ

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୪୫ରୁ ଉର୍ଦ୍ଧ୍ୱଙ୍କୁ ଟିକାର ୧ମ ଓ ୨ୟ ଡୋଜ୍ ଦିଆଯାଉଥିବା ବେଳେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକା ନେଇ ଆଜି ଚିଠି ଲେଖିଛନ୍ତି ACS ପ୍ରଦୀପ୍ତ ମହାପାତ୍ର । ଟିକାକରଣକୁ ନେଇ ACS ପ୍ରଦୀପ୍ତ ସବୁ ସିଡିଏମ, ପିଏଚଓ, ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ।

ତେବେ ଟିକା କମ ଥିବାରୁ ୫ଟି ପୌରାଞ୍ଚଳରେ ଟିକାକରଣ ହେବ । ଏହା ସହ ଚିଠିରେ ଟିକାକରଣର ସମୟ ସୂଚୀ ମଧ୍ୟ ଉଲ୍ଲେଖ କରାଯାଇଛି । ସରକାରୀ ଟିକା କେନ୍ଦ୍ରରେ ୧୮ରୁ ୪୪ ବର୍ଷୀୟଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୮ରୁ ୪୪ ବର୍ଷୀୟଙ୍କ ଲାଗି ଟିକାଦାଦର ସମୟ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରହିଛି । ଅନ୍ୟପଟେ ୪୫ ବର୍ଷରୁ ଉପର ବୟସ୍କଙ୍କୁ ଟିକାଦାନ ସମୟ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାକୁ ଫୋକସ୍ ଦିଆଯାଇଛି । ଟିକା ଆସିଲେ ଅନ୍ୟ ଜିଲ୍ଲାରେ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ମିଳିବ ଭ୍ୟାକ୍ସିନ୍ ।

Get real time updates directly on you device, subscribe now.