fbpx
BJD SKY
BJD SKY

ଟିକା ନେଇ କେନ୍ଦ୍ରକୁ ACS ଙ୍କ ଚିଠି

BJD

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ ଟିକା ନେଇ କେନ୍ଦ୍ରକୁ ACS ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଏପ୍ରିଲ ୧ରୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨୦ ଲକ୍ଷ ଡୋଜ ଟିକା ଦିଆଗଲାଣି । ଡୋଜ ଅଭାବ ଯୋଗୁଁ ଆଗାମୀ ୧୫ ଦିନ ପାଇଁ ଟିକାକରଣ ଯୋଜନା ହୋଇପାରୁନି । ସ୍ଥିତିକୁ ଦେଖି କରୋନା ଟିକା ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ACS ପ୍ରଦୀପ୍ତ ମହାପାତ୍ର । ୧୫ ଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟିକା ଯୋଗାଇବାକୁ ସେ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.