fbpx
BSKY
BJD SHG SKY
BJD YOUTH SKY

ସତ ହୋଇଗଲା ନାଟକ: ଗାର୍ଲଫ୍ରେଣ୍ଡକୁ ଡରାଇବାକୁ ମୃତ୍ୟୁର ମିଛ ଅଭିନୟ ନେଲା ଜୀବନ

ତାମିଲନାଡୁ: ପ୍ରେମିକାଙ୍କୁ ଡରାଇବାକୁ ଯାଇ ସତରେ ମୃତ୍ୟୁବରଣ କରିଛନ୍ତି ପ୍ରେମିକ । ଆତ୍ମହତ୍ୟାର ମିଛ ନାଟକ ତାଙ୍କ ପାଇଁ ମହଙ୍ଗା ପଡିଛି । ଅଭିନୟରେ ସାମାନ୍ୟ ଛୋଟିଆ ଭୁଲ ଯୋଗୁଁ ଯୁବକ ଜଣକ ପ୍ରାଣ ହରାଇଛନ୍ତି । ଏହି ଘଟଣା ଏବେ ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ତାମିଲନାଡୁ ଭେଲ୍ଲୋର ଜିଲ୍ଲାର ରାଜା ନାମକ ଜଣେ ଯୁବକ ଏକ ମ୍ୟୁଜିକ ବ୍ୟାଣ୍ଡରେ ଗାୟକ ଭାବେ କାମ କରୁଥିଲେ । ଏହି ବ୍ୟାଣ୍ଡରେ କାମ କରୁଥିବା ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ସାମାନ୍ୟ କଳି ଆଜି ରାଜାଙ୍କ ମୃତ୍ୟୁର କାରଣ ପାଲଟିଛି । ରାଜା ଏବଂ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଉ ତା’ପରେ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ପ୍ରେମିକାଙ୍କ ସହ କଳି ପରେ ସେ ଗାର୍ଲଫ୍ରେଣ୍ଡଙ୍କୁ ଡରାଇବା ପାଇଁ ଆତ୍ମହତ୍ୟା କରିବାକୁ କହିଛନ୍ତି । ଏହାପରେ ସେ ଅନ୍ୟ ଏକ ଘରକୁ ଚାଲି ଯାଉଛନ୍ତି । ସେଠାରେ ସେ ନିଜ ଫୋନକୁ ଫାଶୀରେ ନିଜକୁ ଝୁଲାଇ ଦେଇଛନ୍ତି ।

ଏହାଦେଖି ପ୍ରେମିକା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ରାଜାଙ୍କ ଗଳାରୁ କପଡା ଖୋଲିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏଇଠି ହୋଇଯାଇଥିଲା ସାମାନ୍ୟ ଭୁଲ । ଯାହାର ପରିଣାମ ଖୁବ ଭୟଙ୍କର ହୋଇଛି । ଦୁର୍ଭାଗ୍ୟବଶତଃ ରାଜାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏ ନେଇ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି ।

Get real time updates directly on you device, subscribe now.