fbpx

ଅନୁଷ୍କାଙ୍କ ସହ ସ୍କୁଟରରେ ବୁଲିଲେ ବିରାଟ କୋହଲି, ଭାଇରାଲ ହେଉଛି Video…

ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଏକ ଚର୍ଚ୍ଚିତ ଦମ୍ପତ୍ତି ଭାବରେ ରହିଆସିଛନ୍ତି । ଏମିତିରେ ତାଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ରହିଛନ୍ତି । ତେବେ ବର୍ତ୍ତମାନ ଉଭୟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ସ୍କୁଟୀରେ ବସି ମୁମ୍ବାଇର ରାସ୍ତାରେ ବୁଲିବାର ମଜା ନେଉଛନ୍ତି ।

ବିରାଟ କୋହଲୀ (Virat Kohli) ଏବଂ ଅନୁଷ୍କା ଶର୍ମା (Anushka sharma) ଏକ ଆଡ୍ ଫଟୋସୁଟ୍ ପାଇଁ ଷ୍ଟୁଡିଓ ପହଞ୍ଚିଥିଲେ ଏବଂ ସେହି ସମୟରେ ସ୍କୁଟୀ ରେ ମୁମ୍ବାଇରେ ବର୍ଷାଋତୁର ମଜା ଉଠାଉଥିଲେ । କିନ୍ତୁ ତାଙ୍କର ଫ୍ୟାନ୍ସ ତାଙ୍କୁ ଚିହ୍ନିପାରିଥିଲେ, ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଦେଖାଯାଉଛି ଉଭୟ କଳା ହେଲମେଟ ପିନ୍ଧିଛନ୍ତି ଯେପରି କେହି ତାଙ୍କୁ ଚିହ୍ନିପାରିବେ ନାହିଁ । କିନ୍ତୁ ତାଙ୍କ ଫ୍ୟାନ୍ସ ତାଙ୍କୁ ଚିହ୍ନନେଇଥିଲେ ଫଳରେ ଉଭୟ ନିଜର ରାଇଡକୁ ଜଲଦୀ ସମାପ୍ତ କରିବାକୁ ପଡ଼ିଥିଲା । ଉଭୟ ବର୍ଷାର ମଜା ନେବା ପାଇଁ ସ୍କୁଟରରେ ବୁଲୁଥିଲେ ।

Get real time updates directly on you device, subscribe now.