fbpx

ପୁଣି PFI ଉପରେ ଆକ୍ସନ: ୮ ରାଜ୍ୟରେ ଜାରି ରହିଛି…

ନୂଆଦିଲ୍ଲୀ: ପିଏଫଆଇ ଅର୍ଥାତ୍ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଉପରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଦିଲ୍ଲୀର ଶାହୀନ ବାଗ ସହ ୮ ରାଜ୍ୟର ପିଏଫଆଇ ଠିକଣାରେ ରେଡ୍ ହୋଇଛି । ସୂଚନା ଅନୂଯାୟୀ ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, ଆସାମ, କର୍ଣ୍ଣାଟକ, ତେଲଙ୍ଗାନା, ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମୁଦାୟ ୮ ରାଜ୍ୟରେ ରେଡ୍ ଜାରି ରହିଛି । ରେଡ୍ ସମୟରେ ୧୭୦ କର୍ମଚାରୀଙ୍କୁ ହେପାଜତକୁ ନିଆଯାଇଛି । ନିକଟରେ ଏନଆଇଏ-ଇଡି ଉଭୟ ପିଏଫଆଇ ଉପରେ ଦେଶର ୧୫ ରାଜ୍ୟରେ ୯୬ ସ୍ଥାନରେ ରେଡ୍ କରିଥିଲେ ଏବଂ ପ୍ରାୟ ୧୦୦ କର୍ମଚାରୀଙ୍କୁ ଗିରଫ କରିଥିଲା ।

ସେପଟେ ଏକ ଗୁପ୍ତ ନୋଟ୍ ରେ ଏହା ଦାବି କରାଯାଇଥିଲା ଯେ ପିଏଫଆଇ ସରକାରୀ ଏଜେନ୍ସୀ ଏବଂ ବିଜେପି ଏବଂ ଆରଏସଏସ ନେତା ଏବଂ ତାଙ୍କ ସଂଗଠନକୁ ଟାର୍ଗେଟ କରିବାକୁ ଯୋଜନା କରାଯାଉଥିଲା । ପ୍ରକୃତରେ ଏନଆଇଏ ଏବଂ ଇଡି ତଥ୍ୟ ଦେଇଥିଲେ ଯେ ପିଏଫଆଇ ହିଂସକ ପ୍ରଦର୍ଶନ ଯୋଜନା କରୁଛନ୍ତି । ଏହାପରେ ଏହି ସବୁ ରାଜ୍ୟରେ ପୁଣି ଥରେ ପିଏଫଆଇ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ମହରାଷ୍ଟ୍ରର ଅନେକ ସ୍ଥାନରେ ଏଟିଏସ ରେଡ୍ ଜାରି ରହିଛି । ସେହିଭଳି ଗୁଜରାଟ ଏଟିଏସ ଦ୍ୱାରା ଅହମଦାବାଦ, ସୁରଟ ଏବଂ ବନାସକାଣ୍ଠାରୁ ୧୫ ଜଣକୁ ହେପାଜତକୁ ନିଆଯାଇଛି । ପ୍ରକୃତରେ ଗୁଜରାଟରେ ପିଏଫଆଇ ସକ୍ରିୟ ହିଁ ନାହିଁ ବରଂ ତାହାର ରାଜନୀତିକ ପାଟୀ ଏସଡିପିଆଇ ମଧ୍ୟ ରହିଛି । ସେହିପରି କର୍ଣ୍ଣାଟକରେ ମଧ୍ୟ ରାଜ୍ୟ ପୋଲିସ ରେଡ୍ ଜାରି ରଖିଛି । ଏଠାରେ ୪୫ ସଦସ୍ୟଙ୍କୁ ଗିରଫ କରାଯାଇଛି ।

ପିଏଫଆଇର ସ୍ଥାପନା ୨୦୦୬ ରେ ହୋଇଥିଲା । ଏବେ ଏହାର କେରଳ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ,  ଆସାମ ଏବଂ ମଣିପୁର ସହ ଦୁଇ ଡର୍ଜନରୁ ଅଧିକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅନେକ ଶାଖା ରହିଛି । ଅନେକ ସୁରକ୍ଷା ଏଜେନ୍ସୀ ପିଏଫଆଇ ଇସଲାମ ସଂଗଠନ ଏନଡିଏଫ ସହ ଜଡ଼ିତ ଥିବା ନେଇ ଦାବି କରିଛନ୍ତି ।

 

Get real time updates directly on you device, subscribe now.