ଛୁଟି ସମୟରେ ସ୍କୁଲ ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ
ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ୱମନ୍ତ୍ରୀଙ୍କ କଡ଼ା ଚେତାବନୀ। ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସଓପି ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ।
ଭୁବନେଶ୍ୱର: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ୱମନ୍ତ୍ରୀଙ୍କ କଡ଼ା ଚେତାବନୀ। ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସଓପି ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ।
ଏସଓପି ନମାନି ସ୍କୁଲ, କଲେଜ ଖୋଲି କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ମନ୍ତ୍ରୀ।
ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ମନ୍ତ୍ରୀ ଲୋକଙ୍କୁ ଅପିଲ କରିଛନ୍ତି। ଅଂଶୁଘାତ ୱାର୍ଡ ପ୍ରସ୍ତୁତ ରଖିବାକୁ ସିଏଚସି ଓ ପିଏଚସିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଲେ ମନ୍ତ୍ରୀ।