fbpx

ଖରମାସରେ ଏହି କାର୍ଯ୍ୟ କରିବା ଶୁଭଫଳ ଦେଇଥାଏ, ଦାନ ଧର୍ମର ରହିଛି ବିଶେଷ ମହତ୍ୱ

ହିନ୍ଦୁ ଧାର୍ମରେ ସୂର୍ଯ୍ୟ ପୂଜାର ବିଶେଷ ମହତ୍ୱ ରହିଛି । ସୂର୍ଯ୍ୟ ଦେବଙ୍କୁ ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଇଛି । ଧନୁ ରାଶିରେ ସୂର୍ଯ୍ୟ ପ୍ରବେଶ କରିଲେ ଖରମାସ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଡିସେମ୍ବର ୧୬ରୁ ଖରମାସ ଆରମ୍ଭ ହୋଇ ଜାନୁଆରୀ ୧୫,୨୦୨୪ରେ ଶେଷ ହେବ । ଖରମାସ ସମୟରେ ଉଭୟ ସୂର୍ଯ୍ୟ ଦେବ ଏବଂ ଦେବଗୁରୁ ବୃହସ୍ପତିଙ୍କ
ପୂଜାର୍ଚ୍ଚନା କରାଯାଏ । ଏହି ସମୟରେ ବୃହସ୍ପତି ଗ୍ରହର ପ୍ରଭାବ କମିଯାଏ । ତେଣୁ କୌଣସି ମାଙ୍ଗଳିକ କାର୍ଯ୍ୟ କରିଲେ ମଧ୍ୟ ସୁଫଳ ମିଳିନଥାଏ । ଏହି ମାସରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ଦ୍ୱାରା ସୂର୍ଯ୍ୟ ଦେବ ଏବଂ ଦେବଗୁରୁ ବୃହସ୍ପତି ପ୍ରସନ୍ନ ହେବା ସହ ସେମାନଙ୍କ କୃପା ଲାଭ ହୋଇଥାଏ ।
ତେବେ ଖରମାସରେ କେଉଁ ସବୁ କାର୍ଯ୍ୟ କରିବା ଶୁଭଫଳ ଦେଇଥାଏ ଆସନ୍ତୁ ଜାଣିବା :

– ପ୍ରତିଦିନ ପ୍ରାତଃକାଳରୁ ସ୍ନାନାଦି କାର୍ଯ୍ୟ ଶେଷ କରି ସୂର୍ଯ୍ୟ ଦେବଙ୍କ ଅର୍ଘ୍ୟ ଦିଅନ୍ତୁ । ନାଲି ଫୁଲ ଏବଂ ନାଲି ଚନ୍ଦନରେ ଅର୍ଘ୍ୟ ଦେବା ଶୁଭ ଅଟେ । ଏହା ଦ୍ୱାରା ରାଶିରେ ସୂର୍ଯ୍ୟର ସ୍ଥିତି ମଜବୁତ ହୋଇଥାଏ ।

– ସୂର୍ଯ୍ୟ ଏକାଦଶୀ ବୀଜ ମନ୍ତ୍ର ବା ସୂର୍ଯ୍ୟ ଚାଳିସା ପାଠ କରିବା ସହ ରବିବାର ବ୍ରତ ରଖିବା ଶୁଭଫଳ ଦେଇଥାଏ । ଯେକୌଣସି ରବିବାର ଗୁଡ଼, ଗହମ, ନାଲି ବସ୍ତ୍ର ଦାନ ମଧ୍ୟ କରିପାରିବେ ।

– ବୃହସ୍ପତିଙ୍କ ବାର ହେଉଛି ଗୁରୁବାର । ଏହି ଦିନ ହଳଦିଆ ବସ୍ତ୍ର ପରିଧାନ କରି ଦେବ ଗୁରୁଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଉନ୍ନତି ପ୍ରାପ୍ତ ହୋଇଥାଏ । ବୃହସ୍ପତି ଚାଳିସା ପାଠ ଏବଂ ବୃହସ୍ପତି ବୀଜ ମନ୍ତ୍ର ଜାପ ମଧ୍ୟ କରିପାରିବେ ।

ଖରମାସରେ ଏହି ସବୁ କାମ କରିବା ବର୍ଜନୀୟ:

– ଗୃହ ପ୍ରବେଶ, ବିବାହ, ଅନ୍ନପ୍ରାସନ, ବାସ୍ତୁ ପୂଜା ଇତ୍ୟାଦି ମାଙ୍ଗଳିକ କାର୍ଯ୍ୟ ବର୍ଜନୀୟ ।

– ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ଏହା ପ୍ରଗତିର ପଥ ଅବରୋଧ କରିବା ସହ ଅସଫଳତା ଦେଇଥାଏ ।

– ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ତାମସିକ ଭୋଜନ ଠାରୁ ଦୂରେଇ ରୁହନ୍ତୁ । ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଖରମାସରେ ଦାନ, ଧର୍ମ, ପୂଜା ପାଠ, ତୁଳସୀ ପୂଜା ଇତ୍ୟାଦିର ବିଶେଷ ମହତ୍ୱ ରହିଛି । ଏହା ଦ୍ୱାରା ବ୍ୟକ୍ତିକୁ ଇଶ୍ୱରଙ୍କ କୃପା ଲାଭ ହେବା ସହ ଜୀବନରେ ଦେଖାଯାଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.