fbpx

(Video) ଫିଲ୍ମ ସୁଟିଂ ବେଳେ କାଠଯୋଡ଼ିରେ ବୁଡ଼ି ଯାଉଥିଲେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ: ବଞ୍ଚାଇଦେଲେ ସହକର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଫିଲ୍ମ ଶୁଟିଂ ସମୟରେ କିଛି ଅଘଟଣ ଦେଖିବାକୁ ମିଳିଥାଏ । ତେବେ ନିକଟରେ ଏକ ଓଡ଼ିଆ ଫିଲ୍ମ ଶୁଟିଂ ବେଳେ ଘଟିଥିଲା ଏପରି ଏକ ବଡ଼ ଅଘଟଣ । ଶୁଟିଂ ସମୟରେ ଫିଲ୍ମର ଅଭିନେତା ଓ ଅଭିନେତ୍ରୀ ପାଣିରେ ବୁଡ଼ି ଯାଉଥିଲେ । ମାତ୍ର ଏହି ସମୟରେ ସହକର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ ।

ସୂଚନା ମୁତାବକ, ଯବାନମାନଙ୍କ ପରିବାରର ସଂଘର୍ଷ ଭରା କାହାଣୀକୁ ନେଇ ଓଡ଼ିଆ ଫିଲ୍ମ ‘ଅପରେସନ ୧୨/୧୭’ର ଶୁଟିଂ ଚାଲିଥିଲା କଟକର ଆଠଗଡ଼ ଅଞ୍ଚଳରେ । ଫିଲ୍ମର ଅଭିନେତାଙ୍କୁ ବ୍ରିଜ ଉପରୁ ନଦୀକୁ ଡେଇଁବାକୁ କହିବାରୁ ଅଭିନେତା ପାଣିକୁ ଡେଇଁଥିଲେ । ଫିଲ୍ମର ମୁଖ୍ୟ ନାୟକ ଶ୍ରେୟାନ ଓ ନାୟିକା ଭୂମିକା ଦାଶ ଏଥିରେ ଗୁରୁତର ହୋଇଥିବା ବେଳେ ଫିଲ୍ମକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିଥିଲା ।

ଫିଲ୍ମର ଏକ ଷ୍ଟଣ୍ଟ ସିନର ଶୁଟିଂ କାଠଯୋଡ଼ି ପାଣି ଭିତରେ ଚାଲିଥିଲା । ମାତ୍ର ଏହି ସମୟରେ ହଠାତ୍ ନାୟକ ଶ୍ରେୟାନ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ମାତ୍ର ସଠିକ୍ ସମୟରେ ଫିଲ୍ମର ଅନ୍ୟ ସହକର୍ମୀମାନେ ତାଙ୍କୁ ଜଳରୁ ଉଦ୍ଧାର କରିଥିଲେ । ଏହାପରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲେ । ଶ୍ରେୟାନ ଭଲଭାବେ ପହଁରା ଜାଣିଥିଲେ ମଧ୍ୟ ନଦୀର ପ୍ରଖର ସ୍ରୋତ ତାଙ୍କୁ ଟାଣି ନେଇଥିଲା । ସେହିପରି ଫିଲ୍ମର ମୁଖ୍ୟ ନାୟିକା ମଧ୍ୟ ଏକ ଆହତ ହେବା ସହ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା । ପରେ ସେ ସେଟକୁ ଫେରି ଶୁଟିଂ ଜାରି ରଖିଥିଲେ ।

Get real time updates directly on you device, subscribe now.