fbpx

କରୋନାର ନାଇଟ୍ କର୍ଫ୍ୟୁରେ ସୁଟିଂ କରୁଥିଲେ ବଲିଉଡର ଏହି ଅଭିନେତା, ବାନ୍ଧିନେଲା ପୋଲିସ

ଲୁଧିଆନା, ୨୮ ।୪: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ଆଉ କେତେକ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଛି । କରୋନାର ନାଇଟ କର୍ଫ୍ୟୁରେ ସୁଟିଂ କରିବା ଜଣେ ଅଭିନେତାଙ୍କୁ ମହଙ୍ଗା ପଡିଛି । ନାଇଟ୍ କର୍ଫ୍ୟୁରେ ସୁଟିଂ କରିବା ଅଭିଯୋଗରେ ମଙ୍ଗଳବାର ରାତିରେ ବଲିଉଡ ଅଭିନେତା ଜିମି ଶେର୍ଗିଲ, ନିର୍ଦ୍ଦେଶକ ଇଶ୍ୱର ନିୱାସ ଓ ଅନ୍ୟ ୩୫ ଜଣଙ୍କୁ ଲୁଧିଆନାରୁ ଗିରଫ କରାଯାଇଛି । କୋଭିଡ-୧୯ କାରଣୁ ଲାଗୁ ହୋଇଥିବା କର୍ଫ୍ୟୁର ଉଲ୍ଲଂଘନ କରି ଏକ ୱେବ୍ ସିରିଜ୍ ଶୁଟିଂ ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି । ଅଭିନେତାଙ୍କ ସମେତ ୪ ଜଣଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ।

ତେବେ ପଞ୍ଜାବୀ ୱେବ୍ ସିରିଜ୍ ଟିମ୍ ଗତ ୩ ଦିନ ଧରି ଆର୍ଯ୍ୟ ସ୍କୁଲରେ ସୁଟିଂ କରୁଥିଲେ । ଏହି ବିଦ୍ୟାଳୟର ବିଲ୍ଡିଙ୍ଗକୁ ସେସନ କୋର୍ଟର ସେଟ ଭାବେ ପ୍ରସ୍ତୁତ କରାଯାଇଥିଲା । ସୁଟିଂ ସେଟରେ ମାସ୍କ ପିନ୍ଧାଯାଉ ନାହିଁ ଓ ସାମାଜିକ ଦୂରତା ଅନୁସରଣ କରାଯାଉନଥିବା କେହି ଜଣେ ପୋଲିସକୁ ସୋମବାର ଦିନ ଖବର ଦେଇଥିଲା । ସୁଟିଂ ସେଟରେ ପହଞ୍ଚି ୨ ଜଣଙ୍କର ନାଁରେ ଚାଲାଣ କାଟିଥିଲା ପୋଲିସ ।

ସୋମବାର ଦିନ ଚାଲାଣ କାଟିବା ପରେ ବି ୱେବ୍ ସିରିଜରର ଟିମ୍ ପୁଣିଥରେ କରୋନା ପ୍ରୋଟୋକଲ୍ ଉଲ୍ଲଂଘନ କରିଥିଲେ । ଲୁଧିଆନାରେ ନାଇଟ୍ କର୍ଫ୍ୟୁ ପରେ ବି ଫିଲ୍ମର ସୁଟିଂ ଚାଲିଥିଲା । ନାଇଟ୍ କର୍ଫ୍ୟୁରେ ସୁଟିଂ ଚାଲିଥିବା ବେଳେ ସେଟରେ ପ୍ରାୟ ୧୫୦ ଲୋକ ଉପସ୍ଥିତ ଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିନେତ ସମେତ ଟିମ୍ ସଦସ୍ୟଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.