fbpx

କରୋନା ଟିକା ନେଇଥିଲେ ବି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଟେଷ୍ଟ କରନ୍ତୁ: RMRC ନିର୍ଦ୍ଦେଶିକାଙ୍କ ସୂଚନା

ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ ତୀବ୍ର ଥାଏ । ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ଟେଷ୍ଟ କରାଇବା ଜରୁରୀ । ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବେ ନହେଲେ ୪/୫ ଦିନ ମଧ୍ୟରେ ଟେଷ୍ଟ ଟେଷ୍ଟ କରେଇନେବା ଉଚିତ୍ । । ଟେଷ୍ଟ ରିପୋର୍ଟ ନଆସିବା ଯାଏ ନିଜକୁ ଆଇସୋଲେସନରେ ରଖନ୍ତୁ । କରୋନା ନେଇ RMRC ର ନିର୍ଦ୍ଦେଶିକା ସଂଘ୍ରମିତ୍ରା ପତି ସୂଚନା ଦେଇଛନ୍ତି । ସେଲଫ୍ ଆଇସୋଲେସନରେ ରହିବା ସହ ମଧ୍ୟ ମାସ୍କ ପରିଧାନ କରନ୍ତୁ । କରୋନା ଟିକା ନେଇଥିଲେ ବି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଟେଷ୍ଟ କରିନେବା ଉଚିତ୍ । କୋଭିଡ୍ ନିୟମ ମାନିବାରେ ସଞ୍ଜମତା ଏବଂ ସତର୍କତାରେ ଲୋକେଙ୍କ ଢିଲା ଯୋଗୁ ପ୍ରଥମ ପର୍ଯ୍ୟାୟ କରୋନା ଠାରୁ ଦ୍ୱିତୀୟ କରୋନା ଲହର ଅଧିକ ଭୀଷଣ ହେଉଛି ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା । ଗୋଟିଏ ପରିବାରର ସମସ୍ତ ଲୋକ ପଜିଟିଭ ଥିଲେ ଏକାଠି ରହିପାରିବେ । ଏହାସହ ମାସ୍କ ପିନ୍ଧିବା ଏବଂ ନିଜ ନିଜ ମଧ୍ୟରେ ଦୂରତ୍ୱ ରଖିବା ନିହାତି ଆବଶ୍ୟକ । ୧୦ଟି ଘରୋଇ ହସ୍ପିଟାଲରେ ଟେଷ୍ଟି କରାଯାଉଛି । ଭୁବନେଶ୍ୱରରେ ୩୦୦ ହଜାର କୋଭିଡ୍ ବେଡ୍ ସଂରକ୍ଷିତ ହୋଇ ରହିଛି । ତେବେ ଏହାସହ ୫୦ ପ୍ରତିଶତ ବେଡ୍ ଖାଲି ରହିଥିବା ବିଏମସି ପକ୍ଷରୁ ସୂଚନା ରହିଛି । ଏଥିସହ କୋଭିଡ୍ ସଂକ୍ରମଣ ବଢୁଥିବାରୁ ବେଡ୍ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶିକା ସଂଘମିତ୍ର ପତି ।

Get real time updates directly on you device, subscribe now.